ମା ତାରାତାରିଣୀ ମନ୍ଦିର ସୁରକ୍ଷା ପାଚେରୀ ଓ ଋଷିକୁଲ୍ୟ ନଦୀର ନିର୍ମାଣଧୀନ କାର୍ଯ୍ୟ ସମୀକ୍ଷା ସହ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ

0
322

ଛତ୍ରପୁର: ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିର ସୁରକ୍ଷା ନିମନ୍ତେ ଗ୍ରାମୀଣ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ମନ୍ଦିର ପାର୍ଶ୍ଵ ସୁରକ୍ଷା ପାଚେରୀର କାର୍ଯ୍ୟର ଅଗ୍ରଗତି ରାଜ୍ୟ ଗ୍ରାମୀଣ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପରିଦର୍ଶନ କରି ସମୀକ୍ଷା କରିଥିଲେ । ଗୁରୁବାର ଗଞ୍ଜାମ ଜିଲ୍ଲା ଗସ୍ତ ରେ ଆସି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ଦିରର ଉନ୍ନତି ଏବଂ ଏହାର ଚତୁଃପାର୍ଶ୍ଵ ବିକଶିତ କରାଯାଇଥିବା ସୌନ୍ଦର୍ଯ୍ୟକରଣ ଦେଖି ଖୁସି ପ୍ରକାଶ କରିଥିଲେ । ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ କାର୍ଯ୍ୟର ଗତି କୁ ଅଧିକ ତ୍ବରାନିତ କରି ଶୀଘ୍ର ଶେଷ କରିବାକୁ ଜଣାଇଥିଲେ । ତିନି ଗୋଟି ଥାକ ବିଶିଷ୍ଟ ପାଚେରୀ କାର୍ଯ୍ୟ କରାଯାଇ ପାହାଡର ସୁରକ୍ଷା ସାଙ୍ଗକୁ ଯାନବାହାନ ରଖିବା ସୁବିଧା କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ବୋଲି ଯନ୍ତ୍ରୀଗଣ ଅବଗତ କରାଇଥିଲେ । ମନ୍ଦିର ପାଦଦେଶରେ ବହି ଯାଉଥିବା ଋଷିକୁଲ୍ୟ ନଦୀ ମଧ୍ୟ ଦେଇ ଏକ ସୁଦୀର୍ଘ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନାରେ କାର୍ଯ୍ୟ ଚାଲିଥିବା ସେତୁର ଅଗ୍ରଗତି ସମ୍ପର୍କରେ ସଚିବ ପରିଦର୍ଶନ କରିଥିଲେ । ପ୍ରତାପୁର,ହାଣ୍ଡିଘର,ଆଛୁଳି ରାସ୍ତାର’ ୪ କି.ମି ପରେ ସେତୁକାର୍ଯ୍ୟ ଚାଲିଛି । ୨୦,୯୪,୮୩,୨୭୯ ମୂଲ୍ୟ ଅଟକଳରେ ଗତ ୨୦୧୯ ମସିହା ଫେବୃଆରି ୭ ତାରିଖ ଦିନ ଠାରୁ ଏହି ସେତୁ କାର୍ଯ୍ୟ ଚାଲିଛି । ସେତୁଟିର ଦୈର୍ଘ୍ୟ ୩୬୭.୫୬ ମିଟର ଏବଂ ୭.୫୦ ମିଟର ପ୍ରସ୍ଥ ରହିଛି । ସେତୁ ନିର୍ମାଣ ହେବା ପରେ ଲୋକଙ୍କ ଯାତାୟତ ନିମନ୍ତେ ଅନେକ ସୁବିଧା ହେବ । ପୁରୁଷୋତ୍ତମପୁର ଦେଇ କମ ବାଟ ଅତିକ୍ରମ କରି ଲୋକେ ମା’ଙ୍କର ଦର୍ଶନ ସକାଶେ ପହଞ୍ଚିବେ ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ । ଏହି ସେତୁର କାର୍ଯ୍ୟ ଆସନ୍ତା ୨୦୨୩ ମସିହା ଫେବୃଆରି ମାସରେ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର’ ବେହେରା ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ – ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here