ନାଳ ପାର ହେବା ବେଳେ ମହିଳା ଭାସିଗଲେ: ମୃତଦେହ ଉଦ୍ଧାର

0
246

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ନିକଟ ଏକ ନାଳ ରେ ଗୁରୁବାର ସନ୍ଧ୍ୟା ରେ ଭାସି ଯାଇଥିଲେ l ଶୁକ୍ରବାର ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତକ ଜଣଙ୍କହେଲେ ଗାଡ଼ିଆପଡ଼ା ଗ୍ରାମର ସୁମିତ୍ରା ଜାନୀ ।
ସେ ଛେଳି ଚରାଇ ସନ୍ଧ୍ୟା ରେ ଫେରୁ ଥିବା ସମୟରେ ନାଳ ପାରି ହେଉଥିଲେ l ସେହିସମୟରେ ନାଳରେ ହଠାତ ବନ୍ୟା ଜଳ ଆସିଯିବା ଫଳରେ ସୁମିତ୍ରା ପାଣି ସ୍ରୋତରେ ଭାସି ଯାଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ଖୋଜା ଖୋଜି କରିବାପରେ ମୃତ ଦେହ ମିଳିଥିଲା l ଶବ ବ୍ୟବଛେଦ ପରେ ପରିବାର ଲୋକ କୁ ହସ୍ତାନ୍ତର କରାଯାଇଥିଲା l ଏ ନେଇ ଖଜୁରୀପଡା ପୋଲିସ ଏକଅପମୃତ୍ୟୁ ମାମଲା ରୁଜ୍ଜୁ କରି ଥିବା ଜଣା ପଡିଛି l ମୃତକଙ୍କ ପରିବାର କୁ ତୁରନ୍ତ ଉପଯୁକ୍ତ ସରକାରୀ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here