ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

0
272

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା)ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଦେଖବାକୁ ମିଳିଛି ଜନନୀ ଯନ୍ତ୍ରଣା , ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ସ୍ଵାଭିମାନ ଅଞ୍ଚଳର ସୀମା ଆନ୍ଧ୍ରପ୍ରଦେଶ କୁ ଲାଗି ରହିଥିବା ଖଜୁରୀଗୁଡା ଗ୍ରାମଟି ଆନ୍ଧ୍ରପ୍ରଦେଶରେ ଯାଉଛି ସେଠାରେ କୌଣସି ମେଡିକାଲ ସୁବିଧା ନାହିଁ । ତେଣୁ ଆନ୍ଧ୍ରପ୍ରଦେଶ ର ଖଜୁରୀଗୁଡ଼ା ଗ୍ରାମର ଗର୍ଭବତୀ ମହିଳା କୋଟେ ପାଙ୍ଗିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଲୋକମାନେ ଖଟିଆରେ ବୋହି ମେଡ଼ିକାଲକୁ ଆଣିଥିଲା । ଓଡ଼ିଶା ଆନ୍ଧ୍ର ସୀମାନ୍ତ ଖଜୁରୀଗୁଡ଼ା ଗ୍ରାମରୁ କୁନିଗୁଡ଼ା ପର୍ଯ୍ୟନ୍ତ ଗର୍ଭବତୀ ଙ୍କୁ ବୋହି ଆଣିବାପରେ କୁନିଗୁଡାରୁ ସ୍ବାସ୍ଯ କେନ୍ଦ୍ର କୁ ଆଣିବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ଟି ରୁମା ଗ୍ରାମ ପ୍ରଯ୍ୟନ୍ତ ଯାଇ ରାସ୍ତା ଖରାପ ଯୋଗୁଁ ଅଟକି ଯାଇଥିଲା । ତେବେ ପୁଣି ଗ୍ରାମବାସୀ ତାଙ୍କୁ ୧୦ କିଲୋମିଟର ବୋହି ଆଣିଥିଲେ । ମେଡିକାଲରେ ସେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ , ଏବେ ଉଭୟ ସୁସୁ ଥିବା ଜଣାପଡିଛି । ଗର୍ଭବତୀ ଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାପାଇଁ କୁନିଗୁଡା ଗ୍ରାମର ତ୍ରିପତି ଖୁଲ ଓ ତାଙ୍କ ସହଯୋଗୀ ମାନେ ସାହାଯ୍ୟ କରିଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here