ପ୍ରେସ କ୍ଲବ ବ୍ରହ୍ମପୁର ତରଫରୁ ବରିଷ୍ଠ ସାମ୍ବାଦିକ ଡଃ. ଜଗନମୋହନ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

0
241

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ ଅତିଥି ଅଧ୍ୟାପକ ଡଃ. ଜଗନ ମୋହନ ମହାପାତ୍ରଙ୍କୁ ଆଜି ପ୍ରେସକ୍ଲବ ବ୍ରହ୍ମପୁର ପକ୍ଷରୁ ସାମ୍ବାଦିକତା କ୍ଷେତ୍ରରେ ଗବେଷଣା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସମର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ଓ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଡଃ. ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଡ଼ଃ. ମହାପାତ୍ର ୧୯୯୦ ମସିହାରୁ ସମ୍ବାଦିକ କ୍ଷେତ୍ରରେ ପାଦ ଦେଇ ବହୁ ଝଡ଼ ଝଞ୍ଜା ଦେଇ ଗତି କରି ନିଜର ନିଷ୍ଠାପର କର୍ତ୍ତବ୍ୟପରାୟଣ ଯୋଗୁଁ ଗୋଟିଏ ପରେ ଗୋଟିଏ ସିଡ଼ି ଦେଇ ଗତି କରିବା ସହ ସମାଜ ପାଇଁ ବଳିଷ୍ଠ ଉଦାହରଣ ପାଲଟିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମ ଶେଷ ପରେ “ସମ୍ବାଦ” ଖବରକାଗଜରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ପରେ ଦୂରଦର୍ଶନ, ଏନ.ଡ଼ି ଟିଭି, ଷ୍ଟାର ନ୍ୟୁଜ, ଆଜତକ, ୟୁଟିଭି ଭଳି ବୈଦୁତିକ ଗଣମାଧ୍ୟମ ଓ ଆକାଶବାଣୀ ବ୍ରହ୍ମପୁର ଠାରେ ସାମୟିକ ଭାବେ କାର୍ଯ୍ୟକରିଛନ୍ତି । ସମ୍ପ୍ରତି ବ୍ରହ୍ମପୁର ବିଶ୍ୱାବିଦ୍ୟାଳୟର ଅତିଥି ଅଧ୍ୟାପକ ସହ “ସକାଳ” ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଦାଇତ୍ଵ ତୁଲାଇବା ସହ ସାମ୍ବାଦିକତା ବିଷୟରେ ଗବେଷଣା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାସହ ବ୍ରହ୍ମପୁର ସହରର ପ୍ରମୁଖ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଓକିଲ ସଂଘ, ଜି.ପି.ସି.ଡ଼ି. ଏ ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବିଲ୍ଡର ସଂଘ, ଗଞ୍ଜାମ ହୋଟେଲ ସଂଘ, ଚାମ୍ବର ଅଫ୍ କମର୍ସ, ଫୋରମ ଫର ଗଞ୍ଜାମ, ସଂକଲ୍ପ ଶିକ୍ଷା ଅନୁଷ୍ଠାନ, ମହାନ ସଂଘ, ବିଜେଡି ମହିଳା ସଭାନେତ୍ରୀ ସଂଘମିତା ଦଳାଇ, ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା, ଲାୟନ୍ସ କ୍ଲବ, ଇନର ହୁଇଲ, ଏସ.ଏମ୍.ଆଇ.ଟି, ଓଡିଶା ନାଟକ ମହୋତ୍ସବ, କାହ୍ନା ଚାରିଟେବୁଲ ଟ୍ରଷ୍ଟ, ଲବଲି କିନ୍ନର ସଂଘ, ଡକ୍ଟରସ ଫୋରମ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଗଞ୍ଜାମ କଳାକାର ମହାସଂଘ, ପୂର୍ବତନ କର୍ପୋରେଟର ପି. ଆଶା ରାଣୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘର ମୁଖ୍ୟ ଓ ସଦସ୍ୟ ପ୍ରମୁଖ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହାସହ ପ୍ରେସକ୍ଲବ ବ୍ରହ୍ମପୁରର ଏକ ୱେବସାଇଟ୍ www.pressclubberhampur.com ଦୁଇ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ପ୍ରେସକ୍ଳବର ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ଚିରଞ୍ଜିତ ରାଜଗୁରୁ, କୋଷାଧ୍ୟକ୍ଷ ନାରାୟଣ ମହାଙ୍କଡ, ଉପସ୍ଥିତ ରହି ମଞ୍ଚ ସଂଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଦାସ, ରବୀନ୍ଦ୍ର ମହାରଣା, ନାଗେଶ୍ୱର ପୃଷ୍ଟି, ସତ୍ୟ ଚେତନ ପରିଡା, ଉମା ଶଙ୍କର ପାଣିଗ୍ରାହୀ, ସରୋଜ ମହାନ୍ତି, ଅଭିରାମ ପାତ୍ର, ବାବୁଲା ପାଣିଗ୍ରାହୀ, ଅନନ୍ତ ପ୍ରଧାନ, ଶଙ୍କର ରଣା, ବନିତା ବେହେରା, ଚିକୁ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହାସହ ବ୍ରହ୍ମପୁର ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମଧ୍ୟ ଉପସ୍ଥିତ ରହିଥିଲେ । ଶେଷରେ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here