ନନ୍ଦା ହାଣ୍ଡି ବ୍ଲକ ର ଦୁଇଟି ବରିଷ୍ଟ ବିଜେଡି ନେତା ଦିବ୍ୟଦାନ ସୁନା ଓ ସନ୍ତୋଷ ଷଡ଼ଙ୍ଗୀ ଙ୍କୁ ନବରଙ୍ଗପୁର ଜିଲ୍ଲା କମେଟି ରେ ସାମିଲ କରିଛନ୍ତି

0
250

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କମିଟି ପୁନଃଗଠିତ ହୋଇଛି । ଏନେଇ ବୁଧବା ବିଜେଡିର ମିଡ଼ିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଦଳୀୟ ପତ୍ର ପ୍ରଦାନ ସୂଚନା ଦେଇଛନ୍ତି । ନବରଙ୍ଗପୁର ବିଜେଡି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ମାଝି ଦ୍ବାରା ପ୍ରସ୍ତୁତ ଜିଲ୍ଲା କମିଟିକୁ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବ୍ଲକର ଦୁଇ ବରିଷ୍ଠ ବିଜେଡି ନେତା ଦିବ୍ୟଦାନ ସୁନା ଓ ସନ୍ତୋଷ ଷଡ଼ଙ୍ଗୀଙ୍କୁ ସାମିଲ କରାଯାଇ ଜିଲ୍ଲାର ଜଣାଶୁଣା ଯୁବ ସମାଜସେବୀ ତଥା ତୃଣମୂଳ ସ୍ମାରୀୟ ସୁସଙ୍ଗଠକ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଜିଲ୍ଲା ବିଜେଡିର ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପୂର୍ବତନ ନନ୍ଦାହାଣ୍ଡି ବ୍ଲକ ଅ ପୋଡାଲଗୁଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ତଥା ଦଳିତ ନେତା ଦିବ୍ୟଦାନ ସୁନାଙ୍କୁ ଜିଲ୍ଲା କହି ଉପସଭାପତିର ଦାୟିତ୍ବ ଦିଆଯାଇଛି । ଏହି ଦୁଇ ଟାଣୁଆ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ ପରେ ତଥା ଜିଲ୍ଲାର ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଓ ତାଙ୍କରି ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here