ଲୁଟ ଘଟଣାରେ ଦୁଇ ଗିରଫ

0
260

ଭଞ୍ଜନଗର : ଗଂଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଗାୟାଗଣ୍ଡ ରୋଡ଼ରେ ଗତ ଜୁଲାଇ ୨୨ ତାରିଖରେ ଗୁଣ୍ଡୁରୀବାଡ଼ି ଗ୍ରାମର ଦିଲ୍ଲୀପ କୁମାର ପାତ୍ର ନାମକ ଜଣେ ବେପାରୀ ଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ହୋଇଥିଲା। ଏ ନେଇ ଦିଲ୍ଲୀପ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ପୋଲିସ କେସ ନମ୍ବର ୧୭୯/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶନିବାର ଉକ୍ତ ମାମଲାରେ ପୋଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ସେମାନଙ୍କ ନିକଟରୁ ନଗଦ ୫ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରାଯାଇଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here