ୱେବ ଚାନେଲ ସାମ୍ବାଦିକମାନଙ୍କ ଅପରାଧିକ ପୃଷ୍ଠଭୂମିର ତଦନ୍ତ କରିବ ପୋଲିସ; ଏସ ପି

0
264

ବୁଗୁଡା: ବ୍ରହ୍ମପୁର ପୋଲସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ଯେ ସମସ୍ତ ଥାନାର ଅଧିକାରୀ ବୃନ୍ଦ ବିଭିନ୍ନ ୱେବ ମିଡିଆ ର ମୁଖ୍ୟ ଓ ପ୍ରତିନିଧି ମାନଙ୍କ ପୃଷ୍ଟଭୂମି ବିଷୟରେ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବେ। ଶ୍ରୀ ମିଶ୍ର କହିଛନ୍ତି ଯେ ସାମ୍ବାଦିକମାନଙ୍କର ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରାଯିବ। ସେ କହିଛନ୍ତି ଯେ ସାମ୍ବାଦିକତା ନାମରେ ଚୋରା ଚାଲାଣ ଓ ବ୍ଲାକମେଲିଂକୁ ରୋକିବା ପାଇଁ ସମସ୍ତ ୱେବ୍ ମିଡିଆ ପ୍ରତିନିଧୀଙ୍କ ଅପରାଧିକ ପୃଷ୍ଠଭୂମି ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଲୋକ ଏପରି ଅପରାଧିକ ପୃଷ୍ଠଭୂମି ଥିବା ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। କେହି କେହି ଅଭିଯୋଗ କରିବାକୁ ଡରୁଛନ୍ତି। ପ୍ରତ୍ୟେକ ଲୋକ ନିର୍ଭୟରେ ଅପରାଧିକ ପୃଷ୍ଟଭୂମି ଥିବା ସାମ୍ବାଦିକଙ୍କ ନାମ ପୋଲିସକୁ ନିର୍ଭୟରେ ଜଣାନ୍ତୁ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଥାନା ଅଧିକାରୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରତିନିଧୀଙ୍କ ପୃଷ୍ଠଭୂମି ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରେ ଅନେକ ମାମଲା ରୁଜୁ ହେବାସହ କେତେକଙ୍କୁ ଗିରଫ କରାଯାଇଛି। ଏଠାରେ ମଧ୍ୟ କିଛି ସୂଚନା ମିଳିଛି | କିଛି ଲୋକ ପୋଲିସ ସହ ଯୋଗାଯୋଗ କରୁଛନ୍ତି ଯେ ସେମାନଙ୍କୁ ହଇରାଣ କରାଯାଉଛି। କେଉଁ ବ୍ୟକ୍ତି ୱେବ ମିଡିଆ ଚଳାଉଛନ୍ତି ଓ କିଏ ଏହାର ପ୍ରତିନିଧୀ ତାହା ଚିହ୍ନଟ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସାମ୍ବାଦିକତା ନାମରେ ହଇରାଣ, କଳାଧନ ଓ ନିର୍ଯାତନା ମାମଲା ବୃଦ୍ଧି ପାଇଛି। ସେମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here