କୋରାପୁଟ ଏଡିଇଓ ମଦେଇଗାଁ ସ୍କୁଲ କୁ ୨୫ ହଜାର ଟଙ୍କା ପ୍ରଦାନ କଲେ

0
302

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମଦେଇଗାଁ ଗ୍ରାମରେ ଥିବା ମାର୍କେଶ ଜୁବୁଲି ଉଚ୍ଚବିଦ୍ୟାଳୟ କୁ କୋରାପୁଟ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ଜଗନ୍ନାଥ ଭତରା ଗୁରୁଦିବସ ଅବସରରେ ୨୫ ହଜାର ଟଙ୍କା ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ରେ ପ୍ରଦାନ କରିଥିବା ଜଣାପଡ଼ିଛି । ଗତ ବର୍ଷ ମଧ୍ୟ ସେ ୨୫ ହଜାର ଟଙ୍କା ଏହି ପ୍ରକଳ୍ପ ପାଇଁ ପ୍ରଦାନ କରିଥିଲେ । ସେହିପରି ଉକ୍ତ ବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଟଙ୍କା ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ରେ ଖର୍ଚ୍ଚ କରି ବିଦ୍ୟାଳୟର ଉନ୍ନତି କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ରେ ମଦେଇଗାଁ ସରପଞ୍ଚ , ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ପୂର୍ବତନ ଛାତ୍ର ଛାତ୍ରୀ , ବିଦ୍ୟାଳୟ କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here