ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
280

ଭଞ୍ଜନଗର : ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ଭୂମି କୁଲାଡ ଉପେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି ା ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂପାଦିକା ଡକ୍ଟର ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ରୂପେ,ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର
ଓଡିଆ ବିଭାଗ ମୁଖ୍ୟ ଡକ୍ଟର ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ ା ଏହି ଅବସରରେ ଗୀତିକାର ସୁରେନ୍ଦ୍ର କୁମାର ସାହୁ ,ସାହିତ୍ୟିକ ତ୍ରିନାଥ ନାୟକ ,ସଂସ୍କୃତିରତ୍ନ ନାରାୟଣ ମହାରଣା ଓ ଅଲୋଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନାଙ୍କୁ ସ୍ବତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯିବା ସହ ଗୁରୁ ଦିବସ ହେତୁ ସାତ ଜଣ ଶିକ୍ଷକ ବିପ୍ର ଚରଣ ସାହୁ,ସୁବାଷ ଚନ୍ଦ୍ର ତାରିଣୀ,ସାଜନ ସ୍ବାଇଁ,ରବି ନାରାୟଣ ମହାନ୍ତି, ସିମାଞ୍ଚଳ ସ୍ବାଇଁ,ଶଶାଙ୍କ କିରଣ ତ୍ରିପାଠୀ, ନିରଞ୍ଜନ ପତି ଓ ଭଞ୍ଜନଗରର ସମସ୍ତ ସାମ୍ବାଦିକଙ୍କୁ କରୋନା ସମୟରେ ନିଜର ନିଷ୍ଠାପର ସେବା ପାଇଁ ମଧ୍ୟ ସ୍ବତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା ା ସାହିତ୍ୟ ଘରର ଉପ ସଭାପତି ନେତାଜୀ ବିଷୋୟୀ, ସଂଗଠନ ସଂପାଦକ ବିଶ୍ବମ୍ବର ଜେନା,ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତି ନାୟକ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ଦୁଇ ଉପଦେଷ୍ଟା ମନୁନନ୍ଦ ପତି,ଶୂଳପାଣୀ ଶତପଥୀ,ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ,ସାଂସ୍କୃତିକ ସଂପାଦିକା ଜୋତ୍ସା ଦେବୀ,ରୀତା ରାଣୀ ମହାପାତ୍ର, ତଥା କୁଲାଡ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଭି.ରାଜୀବ ରାଜୁ ପ୍ରମୁଖ ଏହି ଅବସରରେ ମଞ୍ଚାସୀନ ଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଗାୟତ୍ରୀ ସାହୁ,ନଳୀନି ପ୍ରଭା ଦାସ,ସୁଜାତା ସିଂ,ରୁନୁବାଳା ଦାଶ,ପ୍ରଭାତି ମଞ୍ଜରୀ ବେହେରା,ଉଷ୍ମିତା ମଞ୍ଜରୀ ମିଶ୍ର,ମୋନାଲିସା ମହାପାତ୍ର,ମୋହନ ସାହୁ,ଦୂର୍ଗା ମାଧବ ଦାସ,ଶଙ୍କର୍ଷଣ ତ୍ରିପାଠୀ, ଗଙ୍ଗାଧର ଦାସ,ବି. ଗୋବିନ୍ଦ ରାଓ ,ସୁଦାମ ଦଳବରା,ବିପିନି ବିହାରୀ ଗୌଡ,ଜଗଦୀଶ ପାଣିଗ୍ରାହୀ,ଚିନ୍ମୟ କୁମାର ବେବର୍ତ୍ତା,ସୁଶାନ୍ତ କୁମାର ବେହେରା,ସାଜନ ସ୍ବାଇଁ,ସୁରେଶ ଚନ୍ଦ୍ର ସ୍ବାଇଁ,ପ୍ରଦ୍ୟୁମ୍ନ କୁମାର ମଲ୍ଲିକ,ଡାକ୍ତର ସିମାଞ୍ଚଳ ପତି,ସୁଜିତ କୁମାର ନାୟକ ,ଅବିନାଶ ପଣ୍ଡା,ଗୌରୀନନ୍ଦନ ହୋତା, ଅଜିତ କୁମାର ଶତପଥୀ,ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ସଦସ୍ୟ,ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା ଏହି ଅବସରରେ ଅନୁଷ୍ଠାନ ର ମୁଖପତ୍ର” ଘୁମୁସର ” ଏବଂ ଖଦାଳ ନାୟକ ଙ୍କ “କବିତା ର କୋଣାର୍କ ” ଉନ୍ମୋଚିତ ହୋଇଥିଲା | ସଭା ଆରମ୍ଭ ଓ ଶେଷରେ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନଙ୍କୁ ନେଇ ଯଥାକ୍ରମେ ପ୍ରାରମ୍ଭିକ ସଂଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ାଶେଷରେ ଶୂଳପାଣୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ା

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here