ପବିତ୍ର ଗୁରୁଦିବସ ଅବସରରେ ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମାନିତ

0
257

ବ୍ରହ୍ମପୁର: ରାମକୃଷ୍ଣ ନଗରସ୍ଥିତ ନିଜ ବାସ ଭବନରେ ଦୁର୍ମୁଖ, ହୀରାଞ୍ଚଳ ଓ ଡୁମାଣି ମେଲର ଗଞ୍ଜାମ ଜିଲ୍ଲା ପ୍ରତିନିଧି ତଥା ବ୍ରହ୍ମପୁର ଉତ୍କଳ ଟିଭିର ଖବର ଉପସ୍ଥାପକ ସରୋଜ କୁମାର ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ଡ଼ଃ.ହୃଷିକେଶ ମହାନ୍ତିଙ୍କ ପୌରହିତରେ ଆଦର୍ଶ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ରଥ ଉ.ପ୍ରା.ବିଦ୍ୟାଳୟ ବାକିଲିକଣା ଓ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ପ୍ରଭାତୀ ଦାଶଙ୍କୁ ଉପଢୌକନ ,ଫୁଲତୋଡା ଓ ପ୍ରଶଂସାପତ୍ର ଦେଇ ସମ୍ମାନୀତ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ସେହି ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ଉପସ୍ଥିତ ରହି ବନ୍ୟା ଓ ବାତ୍ୟା ସହିତ କରୋନା ମହାମାରୀ ସମୟରେ ଅନ୍ତେବାସୀଙ୍କୁ ଉଭୟେ ତ୍ୟାଗ ପୁତ ସେବା ,ପ୍ରବଚନ, ଯୋଗ ମଧ୍ୟରେ ମନରେ ଧୌର୍ଯ୍ୟ ବଢାଇବା ସହିତ ସମସ୍ତ ଙ୍କ ପ୍ରିୟଭାଜନ ହୋଇ ପ୍ରଶଂସା ସାଉଁଟି ଥିଲେ ବୋଲି ମତରଖିବା ସହିତ କାର୍ଯ୍ୟକ୍ରମ ରେ ସହଯୋଗ କରଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here