କେ.ଏ.ଟି.ଏସ୍ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ମାଗଣା ଆୟର୍ବେଦିୟ(ସ୍ଵର୍ଣପ୍ରାସନ) ଟୀକାକରଣ

0
267

ବ୍ରହ୍ମପୁର:୭୫ତମ ଆଜାଦି କା ଅମୃତ ମହୋତ୍ସବ – ହମାରା ଆୟୁଷ ହମାରା ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିପ୍ରେଷୀରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ,ଆଙ୍କୁଶପୁରର ଶିଶୁ ରୋଗ ବହିର୍ବିଭାଗରେ ମାଗଣା ଆୟୁର୍ବେଦୀୟ ଟୀକାକରଣ (ସ୍ୱର୍ଣ୍ଣପ୍ରାଶନ ସଂସ୍କାର)ଶନିବାର ପୁଷ୍ୟ ନକ୍ଷତ୍ରରେ ଡାବର ଆୟୁର୍ବେଦ କମ୍ପାନୀ ସହୟୋଗରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଟୀକାକରଣ କାର୍ଯକ୍ରମରେ ଜନ୍ମରୁ ୧୬ ବର୍ଷ ପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଧ୍ବ ଶିଶୁ ଓ ପିଲାମାନେ ସ୍ୱର୍ଣ୍ଣପ୍ରାଶନ ସେବନ କରିଛନ୍ତି । ସ୍ୱର୍ଣ୍ଣପ୍ରାଶନ ଦ୍ଵାରା ଶିଶୁ ଏବଂ ପିଲାମାନଙ୍କ ଶାରୀରିକ – ବୌଦ୍ଧିକ ଶକ୍ତି ବୃଦ୍ଧି ସହିତ ରୋଗ ପ୍ରତିରୋଧକ କ୍ଷମତା ଆଦିର ବୃଦ୍ଧି ହୋଇଥାଏ ବୋଲି ଶିଶୁ ରୋଗ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ସଂଚାଳକ ଡ଼ା. ବିମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦ୍ରବ୍ୟଗୁଣ ବିଭାଗ ମୁଖ୍ୟ ଡ଼ା. ଶିବପ୍ରସାଦଙ୍କ ବଳିଷ୍ଠ ଯୋଗଦାନ ଥିବାର ସୂଚନା ମିଳିଅଛି ।ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଅଂଶୁମାନ ,ଡ଼ା. ବଳରାମ ,ଡ଼ା. ସୌଭାଗ୍ୟ,ଡ଼ା. ସୁରମା, ଡ଼ା. ସ୍ବପ୍ନା, ଡ଼ା.ନିବେଦିତା, ଡ଼ା. ଚିନ୍ମୟ ଭବାନୀ ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଇଭାନ, ପ୍ରୀୟଦତ୍ତ , ଅଭିଷେକ, କ୍ରୀଷ୍ଣା , ସୌମ୍ୟା, ସୌଭାଗ୍ୟ ଲକ୍ଷ୍ମୀ , ହେମନ୍ତ, ଜନ୍ମେଜୟ , ସୁମିତ, ରାହୁଲ ପ୍ରମୁଖ ସହୟୋଗ କରିଥିଲେ ।କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ଅଧ୍ୟକ୍ଷ ପ୍ରଫେସର ଡ଼ା. ବିପିନ ବିହାରୀ ଖୁଣ୍ଟିଆ ମହୋଦୟ ସମସ୍ତ କର୍ମଚାରୀ , ଶିଶୁରୋଗ ବିଭାଗ ତଥା ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବାର ସୂଚନା ମିଳିଅଛି ତତ୍ ସହ ଉକ୍ତ କାର୍ଯକ୍ରମ ପ୍ରତି ମାସ ପୁଷ୍ୟ ନକ୍ଷତ୍ରରେ ମାଗଣାରେ ଜାରି ରହିବା ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here