ବାଇକ୍ ଦୂର୍ଘଟଣା ରେ ଜଣେ ଗୁରୁତର

0
237

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଡାଲଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ନବରଙ୍ଗପୁର ରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତାରେ ଗୁରୁବାର ସନ୍ଧ୍ୟା ୭ ଟା ୧୫ ମିନିଟ ସମୟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ନନ୍ଦାହାଣ୍ଡି ବ୍ଲକ ର ମେଣ୍ଡି ଗ୍ରାମର ୨୮ ବର୍ଷୀୟ ବୁନୁ ଗୌଡ଼ ନିଜର ସାଙ୍ଗ ର ହିରୋ ବାଇକ CG 18 B7170 କୁ ଧରି ପାପଡ଼ାହାଣ୍ଡି ଠାରୁ ନିଜ ଗାଁ କୁ ଫେରୁଥିବା ସମୟରେ ପୋଡାଲଗୁଡା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ବୁନୁର ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ପୋଡାଲଗୁଡା ର ସମାଜସେବୀ ତଥା ସାମ୍ବାଦିକ କୋରେଶ ଉପାଶୀ ଘଟଣା ସ୍ଥଳରେ ପହଞ୍ଚି ବୁନୁକୁ ପାଣି ପିଇବାକୁ ଦେଇ ୧୦୮ ଗାଡି ଓ ପରିବାର ବର୍ଗଙ୍କୁ ସୂଚନା ଦେଇଛନ୍ତି । ୧୦୮ ପହଁଚି ବୁନୁ କୁ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଛନ୍ତି । ସୂଚନା ପ୍ରକାରେ ବୁନୁ ଗୌଡ଼ ମଧ୍ୟ ନିଶାଶଙ୍କୁ ଅବସ୍ଥାରେ ଅଛନ୍ତି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here