ମହେନ୍ଦ୍ର କଳା ସାହିତ୍ୟ ସଂସଦ ତରଫରୁ ବିଶିଷ୍ଟ ବାଗ୍ମୀ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0
312

ବ୍ରହ୍ମପୁର : ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନ୍ୟତମ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ମହେନ୍ଦ୍ର କଳା ସାହିତ୍ୟ ସଂସଦ ତରଫରୁ ଓଡ଼ିଶାର ବିଜ୍ଞ ଭଞ୍ଜ ଗବେଷକ ବିଶିଷ୍ଟ ବାଗ୍ମୀ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶୋକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ପଣ୍ଡା ଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସଭାରେ ଉପସଭାପତି ଦୀନବନ୍ଧୁ ଶ୍ରୀପଲ୍ଲବ ପୌରୋହିତ୍ୟ କରିଥିବା ବେଳେ ଅତିଥି ଭାବେ ଶିକ୍ଷାବିତ କହ୍ନେଇ ପଣ୍ଡା ଏବଂ ସହଯୋଗୀ ସମ୍ପାଦିକା ତଥା ଅନ୍ୱେଷା କଳାକେନ୍ଦ୍ର ର ସମ୍ପାଦିକା ଶ୍ରୀମତୀ ଉଷାରାଣୀ ମହାପାତ୍ର ମଞ୍ଚାସୀନ ହୋଇ ସ୍ମୃତି ଚାରଣ କରି ଥିଲେ। ପ୍ରାରମ୍ଭରେ ସ଼୍ବର୍ଗତ ପଦ୍ମଶ୍ରୀ କରଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇ ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସ୍ବର୍ଗତ ରଜତ କର ଓଡ଼ିଶାର ପ୍ରଖ୍ୟାତ ବାଗ୍ମୀ । ଆଧୁନିକ ସମୟରେ ମଧ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ରଚନା ସମୁହ କୁ ଲୋକଙ୍କ ପାଖରେ ପହଞ୍ଚାଇ ବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ।

LEAVE A REPLY

Please enter your comment!
Please enter your name here