ଶାଳ କାଠ ସହ ଡାଲାଅଟୋ ଜବତ;ଜଣେ ଗିରଫ

0
296

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧିନ ଗଣ୍ଡିଶୂଳା ନିକଟରେ ଏକ ଡାଲାଅଟୋ ରେ ବେଆଇନ ଭାବେ ଶାଳ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୨ଖଣ୍ଡ ଶାଳ କାଠ ଓ ଡାଲାଅଟୋ କୁ ଜବତ କରାଯାଇ ଅଟୋ ଡ୍ରାଇଭର
ଅରକ୍ଷିତ ଗୈାଡକୁ ଗିରଫ କରିଛି ବନବିଭାଗ। ବେଆଇନ ଭାବେ ଶାଳ କାଠ ଚାଲାଣ ହେଉଥିବା ଖବର ପାଇ ବନପାଳ ବଂଶୀଧର ବିଷୋୟୀଙ୍କ ନେତୃତ୍ୱରେ ବନରକ୍ଷୀ ଦୀନବନ୍ଧୁ ମିଶ୍ର ଓ ଶୁଶାନ୍ତ କୁମାର ମିଶ୍ର ଗଣ୍ଡିଶୂଳା ଗ୍ରାମ ନିକଟରେ ଅଟୋ କୁ ଅଟକ ରଖି ଯାଞ୍ଚ କରିବା ପରେ ଅଟୋ ରେ ଶାଳ ସାଇଜ କାଠ ୧୨ଖଣ୍ଡ ରହିଥିଲା । ସଂପୃକ୍ତ କାଠ ବ୍ୟବସାୟୀ ଅରକ୍ଷିତ ଗୈାଡକୁ ଗିରଫ କରି ମୁଜାଗଡ ବନାଞ୍ଚଳ କାର୍ଯ୍ୟଳୟକୁ ଅଣାଯାଇ ଅଧିକ ତଦନ୍ତ କରାଯାଇଥିଲା । ଅରକ୍ଷିତକୁ ଆଜି କୋର୍ଟ ଚାଳଣ କରାଯାଇଥିବା ବନାଞ୍ଚଳ ମୁଜାଗଡ଼ ରେଞ୍ଜର ଶ୍ରୀ ସାହୁ କହିଛନ୍ତି ।
ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here