ସିଦ୍ଧେଶ୍ବର ପଞ୍ଚାୟତ ଆଦର୍ଶ ଗୋ – ଶାଳାରୁ ଚୋରି ; ଥାନାରେ ଏତଲା

0
456

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ପଞ୍ଚାୟତ କୋଟିନଡ଼ା ଗ୍ରାମ ରାସ୍ତାରେ ଥିବା ନବ ନିର୍ମିତ ଆଦର୍ଶ ଗୋ – ଶାଳାରୁ ବିଭିନ୍ନ ସୋଲାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ରାତିରେ କୌଣସି ଦୁର୍ବୃତ୍ତ ତାଲା ଭାଙ୍ଗି ଗୋ – ଶାଳା ପରିସରରେ ଲଗା ଯାଇଥିବା ସୋଲାର ଲାଇଟ, ପ୍ଯାନଲ ବୋର୍ଡ, ସୋଲାର କଣ୍ଟ୍ରୋଲର ଏବଂ ପାଣି ମୋଟର ଆଦି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଚୋରାଇ ନେଇଥିବା ଜଣାପଡିଛି । ସିଦ୍ଧେଶ୍ଵର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରଧାନ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାସିନୀ ଶବର ଶନିବାର ଚୋରି ଘଟଣା ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏତଲାକୁ ଭିତ୍ତି କରି ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here