ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ଶତପ୍ରତିଶତ ସଫଳତା

0
299

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀ ମାନେ ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ସଫଳତା ଅର୍ଜନ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଥମ ସ୍ଥାନରେ ୫୦ ଜଣ, ଦ୍ଵିତୀୟ ସ୍ଥାନରେ ୨୦ ଜଣ, ତୃତୀୟ ସ୍ଥାନରେ ୦୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉକ୍ତ ପରୀକ୍ଷାରେ ସରୋଜ ସାହୁ ୫୨୯, ଦେବଜାନୀ ସାହୁ ୫୨୯, ଦିପ୍ତିମୟୀ ଦଳବେହେରା ୫୨୬, ଅଙ୍କିତା ପ୍ରିୟଦର୍ଶିନୀ ୫୨୩, ଉତ୍କଳ କେଶରୀ ପଟ୍ଟନାୟକ ୫୧୭ ଓ ରୋହିତ ଦୋରା ୫୦୭ ମାର୍କ ରଖି  ଜଗନ୍ନାଥ ପ୍ରସାଦ ବ୍ଲକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦର ପ୍ରଥମ ଛଅ ଜଣରେ ନିଜର ନାମ ରଖିଛନ୍ତି । ସେହିପରି ବାଣିଜ୍ୟରେ ବିନୋଦ କୁମାର ମାଝୀ ୪୨୫ ମାର୍କ ରଖି କଲେଜର ନାମ ରଖିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂଘ ଚରଣ ପ୍ରଧାନ କୃତି ଛାତ୍ରଛାତ୍ରୀମାନଙ୍କୁ ମାନଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here