ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ନିବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0
234

ପୋଲସରା: ପୋଲସରା ବ୍ଳକ ଅନ୍ତର୍ଗତ ହାତୀଓଟ ରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଜଣ ଛାତ୍ରୀ ରହିବା ପାଇଁ ଛାତ୍ରୀ ନିବାସ ନିର୍ମାଣ ପାଇଁ ଅଗଷ୍ଟ ୦୨ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳ ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏକ କୋଟି ସତୁରି ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଛାତ୍ରୀ ନିବାସରେ ୧୦୦ ଜଣ ଛାତ୍ରୀ ରହି ଅଧ୍ୟୟନ କରିପାରିବେ। ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବିଡ଼ିଓ ସୁରଞ୍ଜନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷ ସଂଯୁକ୍ତା ବାଡତ୍ୟା, ସହକାରୀ ଯନ୍ତ୍ରୀ ଭିକାରୀ ଚରଣ ଖଣ୍ଡୁଆଳ, ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଛାତ୍ରୀ ନିବାସ ର ନକ୍ସାକୁ ବିଧାୟକ ଶ୍ରୀ ସାହୁଙ୍କୁ ଦେଖାଇବା ସହ ବୁଝାଇବା ପରେ ବିଧାୟକ ଖୁସି ହୋଇଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here