ନିରଞ୍ଜନ ରେଡ୍ଡୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି

0
227

ବ୍ରହ୍ମପୁର ( ନ୍ୟୁଜ ଏକ୍ସଟ୍ରା ) ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଡ଼.ବ୍ୟୋମକେଶ ରାୟ ଓ ସାଧାରଣ ସଂପାଦକ ପ୍ରବଣ କୁମାର ବଳବନ୍ତରାୟ ଙ୍କ ଦ୍ୱରା ଜୁଲାଇ ୩୦ ତାରିଖ ଦିନ ପ୍ରକାଶିତ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ମନୋନୟନରେ ଏମ.ନିରଞ୍ଜନ ରେଡ୍ଡୀ ଉପସଭାପତି ଭାବେ ସ୍ଥାନ ପାଇଛନ୍ତି। ବିଜୁ ଯୁବ ଜନତା ଦଳ ଯେଉଁ ବିଶ୍ବାସ ରଖି ଉପସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି ତାହାକୁ ନିଷ୍ଠାର ସହ ପାଳନ କରିବା ସହ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାପାଇଁ ଉଦ୍ୟମ କରିବେ ବୋଲି ଏମ.ନିରଞ୍ଜନ ରେଡ୍ଡୀ ପ୍ରକାଶ କରିଛନ୍ତି। ତାଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିବାରୁ ସେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଗପହଣ୍ଡି ବିଧାୟକ ତଥା ବିଧାନସଭା ର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଓ ଯୁବନେତା ତଥା ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ କମିଟି ସଦସ୍ୟ ବିପ୍ଳବ ପାତଙ୍କୁ କୃତଜ୍ଞତା ଜ୍ଞାପନ ପ୍ରଦାନ କରିଛନ୍ତି।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here