ଓଡିଶା ମୋ ପରିବାର ଓ ମହିଳା ମିଶନ୍ ଶକ୍ତି ଗ୍ରୁପ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
246

ରଙ୍ଗେଇଲୁଣ୍ଡା: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଓଡିଶା ମୋ ପରିବାର ଓ ମହିଳା ମିଶନ ଶକ୍ତି ଗ୍ରୁପର ଆନୁକୂଲ୍ୟରେ ରଙ୍ଗେଈଲୁଣ୍ଡା ବ୍ଲକ ସଭାଗୃହରେ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ହୋଇଥିବା ଅତିଥି ମାନେ କହିଛନ୍ତି । ଏହି ଶିବିରରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା ଯୋଗ ଦେଇ ଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ବ୍ଲକ ଅଧକ୍ଷା ସି.ଏଚ.ଉଷାରାଣୀ, , ଜିଲ୍ଲା ପରିଷଦ ତଥା ରାଜ୍ୟ ସମ୍ପାଦିକା ମଞ୍ଜୁଶ୍ରୀ ଦଳାଇ ,ଉପାଧ୍ୟକ୍ଷ ଅଜିତ କୁମାର ଦାଶ, ବ୍ଲକର ବିଡିଓ ପ୍ରଶନ୍ନ ପାତ୍ର, ପୂର୍ବତନ ଅଧ୍ୟକ୍ଷା ପି.କମଳା ରେଡ଼ି ,ବରିଷ୍ଠ ବିଜେଡ଼ି ନେତା ପ୍ରକାଶ ଚନ୍ଦ୍ର କୁଠିଆ,ପୂର୍ବତନ ଜିଲ୍ଲା ପରିଷଦ ଦୀପକ ସମାନ୍ତ ,ଅନୁଜ ନାୟକ(ଅଜୁ),ନରେନ୍ଦ୍ର ଦଳାଇ ,ପ୍ରକାଶ ସମାନ୍ତ,ସି. ଏଚ ଡିଲେଶ୍ୱର ରେଡି ,ମହିଳା ସଭାନେତ୍ରୀ ଏମ. ସୁଜାତା ପାତ୍ର ,ରାଜ୍ୟ ମହିଳା ସମ୍ପାଦିକା ପ୍ରଜ୍ଞା ପଣ୍ଡା, ପୂର୍ବତ,କର୍ପେରଟର ମଧୁସ୍ମିତା ମାଝୀ, ଜଗନ୍ନାଥ ସାବତ ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବରର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ଜ୍ୟୋସ୍ନା ପାଢ଼ୀ,ହଳଦିଆ ପଦର ସରପଞ୍ଚ ଏସ.ରାଜେଶ୍ୱରୀ ଦୋରା ,କେଲୁଆପଲ୍ଲୀ ସରପଞ୍ଚ ବିଷ୍ଣୁପ୍ରିୟା ନାୟକ,ବିଜେଡ଼ି ଯୁବ ନେତା ଜିତେନ୍ଦ୍ର ରାଉଳ,ସି.ଏଚ.ନରେଶ ପାତ୍ର ଡ଼ି.ଫକିର,ବାଲାରେଡ଼ି ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରୁଥିବା ରକ୍ତଦାତା ମାନକୁ ଉତ୍ସାହିତ କରିବା ସହ ମହିଳାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here