ଭାଟପଡା ନିକଟସ୍ଥ ରାସ୍ତାରୁ ଗଞ୍ଜେଇ ଜବତ,୨ ଗିରଫ

0
385

ବେଗୁନିଆପଡା:କୋଦଳା ଠାରୁ କଞ୍ଚଣା ରାସ୍ତାର ଭାଟପଡା ନିକଟସ୍ଥ ରାସ୍ତାରୁ କୋଦଳା ଓ ବେଗୁନିଆପଡା ପୋଲିସ ଏକ କାରରୁ ୯୦ କିଗ୍ରା ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏହି ଗାଡିକୁ ପିଛା କରି ଭାଟପଡା ଛକ ନିକଟରେ ଧରିବା ସହ ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାକୁ ନେଇ କୋଦଳା ଥାନାରେ କେଶ ନମ୍ବର ୩୬୫/୨୦୨୧ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଆସିକାର ଅଜୟ କୁମାର ପଣ୍ଡା ଓ ବିଭୁ ପ୍ରସାଦ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here