ବିଜେପି ପକ୍ଷରୁ ବିଦ୍ୟୁତ ଅଫିସ ସମ୍ମୁଖରେ ବିକ୍ଷୋଭ

0
264

ବୁଗୁଡା:ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ାରେ ଜୁଲାଇ ୧୯ ତାରିଖ ଦିନ ବିଦ୍ୟୁତ ଦର ବୃଦ୍ଧି, ଲୋ ଭୋଲ୍ଟେଜ, ଓ ଅଘୋଷିତ ବିଦ୍ୟୁତ କାଟର ପ୍ରତିବାଦରେ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୁଗୁଡା ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଓ ରାଜ୍ୟ କମିଟି ସଦସ୍ୟା ଜୟନ୍ତୀ ପଢ଼ିଆରୀଙ୍କ ନେତୃତ୍ୱରେ ବହୁ ବିଜେପି ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ବିଦ୍ୟୁତ ବିଭାଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନୁଷ୍ଠିତ ସଭାରେ କରୋନା ସମୟରେ ବିଦ୍ୟୁତ ଦର ବୃଦ୍ଧି ଜଣସାଧାରଣଙ୍କ ଉପରେ ବୋଝ ସଦୃଶ୍ୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସଭା ଶେଷରେ ରାଜ୍ୟପାଳ ମହୋଦୟଙ୍କ ଉଦ୍ଦେଶ୍ୟରେ ପ୍ରେରିତ ଦାବିପତ୍ର ବୁଗୁଡା ବିଦ୍ୟୁତ ବିଭାଗ ଉପଖଣ୍ଡ ସହକାରୀ ଯନ୍ତ୍ରୀ ମିତେଶ କୁମାର ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ସୂର୍ଯ୍ୟ ନାରାୟଣ ମାହାନ୍ତି, ହରି କୃଷ୍ଣ ସାହୁଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here