ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଧେଶକଙ୍କ କ୍ଷେତକୂପ ପରିଦର୍ଶନ

0
304

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାଙ୍କୁଡା ଠାରେ କ୍ଷେତକୂପ ପରିଦର୍ଶନ କଲେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଧେଶକ ହେମନ୍ତ କୁମାର ପଣ୍ଡା ,ଗଞ୍ଜାମ ଜିଲ୍ଲାର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଧେଶକ ପ୍ରଶାନ୍ତ କୁମାର ହଜାରୀ । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ସହକାରୀ ଅଧିକାରୀ ଯୋଗେନ୍ଦ୍ର କୁମାର ବକ୍ସି, ପ୍ରୋଗ୍ରାମର ଆକାଶ ତରେଇ, ଅଭିମନ୍ୟୁ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏକାଧିକ ଚାଷୀଙ୍କ କ୍ଷେତକୂପ ଯୋଗୁଁ ଜମିରେ ବିଭିନ୍ନ କିସମର ପ୍ରକାର ଫସଲ କରିଥିବା ଦେଖି ପରିଦର୍ଶନରେ ଆସିଥିବା ଅଧିକାରୀ ଖୁସି ବ୍ୟକ୍ତ କରିଥିଲେ । ଏନେଇ ଚାଷୀମାନେ ବିଦ୍ୟୁତ ଚାଳିତ ପାଣିମଟରର ସଂଯୋଗ ଯୋଗାଇ ଦେବା ପାଇଁ ଚାଷୀମାନେ ନିର୍ଦ୍ଧେଶକଙ୍କୁ ଅନୁରୋଧ କରିଥିଲେ ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here