ସିଙ୍ଗିପୁର ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର;୩୦ୟୁନିଟ ସଂଗ୍ରହ

0
344

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗାଙ୍ଗପୁର ଥାନା ତଥା ଆସ୍କା ବ୍ଲକର ସିଙ୍ଗିପୁର ଗ୍ରାମର ଭି.ଆର.ଏସ ଯୁବ ସଂଗଠନ ଗଠନ କରି ଗ୍ରାମରେ କରୋନାରେ ପ୍ରାଣ ହରାଇଥିବା ଯୁବକ ପ୍ରଶାନ୍ତ କୁମାର ନାୟକ ଏବଂ ସୁଶାନ୍ତ କୁମାର ନାୟକଙ୍କ ସ୍ମୁତି ଉଦେଶ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛିI ଯୁବ ରେଡ କ୍ରସ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ଦିନଦୟାଲ ଜେନାଙ୍କ ନେତୃତ୍ୱରେ ଗ୍ରାମପଞ୍ଚାୟତର ସିଙ୍ଗିପୁର, କେଶରାପଲ୍ଲୀ ଗ୍ରାମର 30 ଜଣ ଯୁବ ସଦସ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି I ଶିବିର ପରିଚାଳନାରେ ଗ୍ରାମର ଯୁବସଦସ୍ୟ ପ୍ରଦୀପ କୁମାର ଜେନା, ଶ୍ରୀକାନ୍ତ କୁମାର ଜେନା, ମାନସ, ସୁନୀଲ,ଫକୀର କୁମାର ଜେନା,ଚିତ୍ର, ପରସ, କାଁହ୍ନା, ସାହିଲି, ଶିବ, ଯୁବ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ଗୋପାଲ ନାୟକ, ସୁଶାନ୍ତ କୁମାର ପାତ୍ର ପରି ଅନେକ ସଦସ୍ୟ ତଥା ଚିନ୍ମୟ ପଳେଇ ପରିଚାଳନା କରିଥିଲେ I ଯୁବ ରେଡ କ୍ରସ ଗଞ୍ଜାମ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ, ଜଗନ୍ନାଥପ୍ରସାଦ ଯୁବ ରେଡ୍ କ୍ରସ୍ କାଉନସିଲର ଲୋକନାଥ ମହାନ୍ତି, ଜଗନ୍ନାଥ ପ୍ରସାଦ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ, ଗାଙ୍ଗପୁର ବନପାଳ ଭେଙ୍କଟ ରାଜ ଦୋରା, ମୁନିଗାଡ଼ି ସରପଞ୍ଚ ମନୋଜ କୁମାର ପଳାଇ ଯୋଗ ଦେଇ ଉଚ୍ଛIହିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ ଆଶାଲତା ଜେନା ଓ ଅଞ୍ଜଳି ନାୟକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାପାତ୍ର, ଅଳକା ପଣ୍ଡା ଉପସ୍ଥିତ ଥିଲେ I ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ତରଫରୁ ଚିତ୍ତରଞ୍ଜନ ଖଟୁଆ, ଇତିଶ୍ରୀ ତ୍ରିପାଠୀ, ବିପିନ କୁମାର ପାଣିଗ୍ରାହୀ, ନିବେଦିତା ବେହେରା, ସିମାଞ୍ଚଳ ସେଠି,ନାରାୟଣ ପାଢ଼ୀ ସହଯୋଗ କରିଥିଲେ I ଶେଷରେ ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ I

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here