ଗେରେଡା ହାଇସ୍କୁଲ ରୁ କୋଳଥିଆ ନାଗ ଉଦ୍ଧାର

0
385

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଲକ ଗେରେଡା ହାଇସ୍କୁଲ ରୁ ଆଜି ଏକ ୧୦ ଫୁଟିଆ କୋଲଥିଆ ନାଗ ସାପ ଉଦ୍ଧାର ହୋଇଛି । ଆଜି ସକାଳୁ ବିଦ୍ୟାଳୟ ର ଶିକ୍ଷକ ମାନେ ବିଦ୍ୟାଳୟ ଖୋଲିବା ପରେ ପ୍ରଧାନଶିକ୍ଷକ ଙ୍କ କାର୍ଯ୍ୟାଳୟ ଭିତରେ ଏତେ ବଡ ସାପଦେଖି ଶିକ୍ଷକ ମାନେ ଭୟଭିତ ହୋଇଯାଇଥିଲେ ପରେ ବନବିଭାଗ ଫରେଷ୍ଟେର ଙ୍କୁ ଖବର ଦେଇଥିଲେ ଫରେଷ୍ଟେର କଳାବଦନ ଦାସଙ୍କ ନିର୍ଦ୍ଦେଶ କ୍ରମେ ସ୍କ୍ୱାର୍ଡ ଲମ୍ବୋଦର ଗୌଡ଼, ଦୀପକ ଜେନା, ପ୍ରଦ୍ୟୁମ୍ନ ବିଷୋୟୀ ପଂହଂଚି ଥିଲେ ଜଗନ୍ନାଥପ୍ରସାଦ ର ଅବକାଶ ବେହେରା ସାପକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ ।ପରେ ଏହାକୁ କେପିଟି ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ ଫଳରେ ଅନାବନା ଗଛ ପତ୍ର ହୋଇ ବିଦ୍ୟାଳୟ ଗୁଡିକ ଜଙ୍ଗଲ ସଦୃଶ୍ୟ ପାଲଟିଗଲାଣି ଫଳରେ ବିଦ୍ୟାଳୟ ଗୁଡିକ ଏବେ ସାପ ଭଳି ହିଂସ୍ର ସରୀସୃପ ଙ୍କ ବାସଗୃହ ପାଲଟିଗଲାଣି । ବିଭିର୍ଣ ସ୍ଥାନରୁ ଏଭଳି ଚିତ୍ର ଆସୁଥିବା ଦେଖିବାକୁ ମିଳୁଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here