ନବରଙ୍ଗପୁର ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କ୍ରୀଡା ମନ୍ତ୍ରୀ ଙ୍କୁ ଡାବୁଗାଁରେ ସ୍ବାଗତଂ ସମ୍ବର୍ଦ୍ଧନା

0
398

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ କ୍ରୀଡା ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାର କାନ୍ତ ବେହେରା ଆଜି କଷାଗୁମୁଡା ବ୍ଳକ ଗସ୍ତ କରି ସନ୍ଧ୍ୟା ୭ ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ଗସ୍ତ କରିଥିଲେ। ଡାବୁଗାଁ ବ୍ଲକ ବିଜୁଜନତା ଦଳ ର ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ଡାବୁଗାଁ ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଳକ ର କର୍ମକର୍ତ୍ତାମାନଙ୍କୁ ନେଇ ଆଗାମୀ ପଞ୍ଚାୟତ ଇଲେକ୍ସନରେ ବିଜେଡି ଦଳ କୁ ସମସ୍ତଙ୍କ ମିଳିତ ଉଦ୍ୟମରେ ସଦୂଡ କରିବା ତାହା ବିଷୟରେ ଆଲଚନା କରିଥିଲେ । ନବରଙ୍ଗପୁର ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କ୍ରୀଡା ମନ୍ତ୍ରୀ ତୁଷାର କାନ୍ତ ବେହେରା ସହ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ଜିଲ୍ଲା ପରିଷଦ ଅଧକ୍ଷା ନିବେଦିତା ମହାନ୍ତି, ଅଶୋକ କୁମାର ମୁର୍ତ୍ତି, ଏମ ଆପ ରାଓ, ଏମ.ବୁଲୁ ରାଓ, , ମଞ୍ଚୁଳା ମାଝୀ, ଭଗବତୀ ଭତ୍ରା, ବଦ୍ରୀ ନାରାୟଣ ସିଂ , ସ୍ବାଧିନ ପଟ୍ଟନାୟକ, ବିଜୟ ବେହେରା, ଟି. ଜଗନୁ ବାବୁ, ପି. ନାଗା ରାଓଙ୍କ ସହ ବ୍ଳକ ର ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here