ୱାଓ ଡ୍ୟାନ୍ସ ଷ୍ଟୁଡିଓ ତରଫରୁ ୫ଦିନ ବ୍ୟାପୀ ହିପପ୍ ନୃତ୍ୟ ସହ ଆଧୁନିକ ନୃତ୍ୟର ତାଲିମ ପ୍ରଦାନ

0
254

ବ୍ରହ୍ମପୁର:ନିଳାଦ୍ରୀ ବିହାର ଦ୍ବିତୀୟ ଲାଇନସ୍ଥିତ ୱାଓ ଡ୍ୟାନ୍ସ ଷ୍ଟୁଡିଓ ତରଫରୁ ୫ଦିନ ବ୍ୟାପୀ ହିପପ୍ ନୃତ୍ୟ ସହ ଆଧୁନିକ ନୃତ୍ୟର ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ବୁଧବାର ସଂଧ୍ୟାରେ ଆୟୋଜିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ଅଭିନେତା ଓ କୋରିଓଗ୍ରାଫର ମାଷ୍ଟର ହରିହର ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ନୃତ୍ୟର ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଦିବସରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ତଥା ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ ଯୋଗଦେଇ ନୃତ୍ୟ ଶିଳ୍ପୀ ମାନଙ୍କୁ ନିଜ ବକ୍ତବ୍ୟରେ ଉତ୍ସାହିତ କରିବା ସହ ୱାଓ ଡାନ୍ସ ଷ୍ଟୁଡିଓର ଏପରି ତାଲିମ କାର୍ଯ୍ୟକ୍ରମନେଇ କର୍ମକର୍ତ୍ତା ମାନଙ୍କ ପ୍ରଶଂସା କରିଥିଲେ । ସଂମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ କୋରିଓଗ୍ରାଫର ସନ୍ତୋଷ ଦଳେଇ , ବିଜେଡ଼ି ନେତା ମୁକୁନ୍ଦ ଗୋଡ଼ ଓ ଯୁବ ସଂଗଠକ ସତ୍ୟ ନାରାୟଣ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏଠାରେ ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ହରିହରଙ୍କ ସମେତ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାହ୍ନ ରାଉତ ଓ ଟୁଇକଲ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ୱାଓ ଡାନ୍ସ ଷ୍ଟୁଡିଓର ନିର୍ଦ୍ଦେଶକ ତଥା କୋରିଓ ଗ୍ରାଫର ଗଣେଷ ମିସ୍ତ୍ରୀ ଓ ଅନ୍ୟତମ ନିର୍ଦ୍ଦେଶକ ପି.ଶ୍ରୀନିବାସ ରାଓଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here