ବେରୁଆଁବାଡ଼ି ଠାରେ ଡାକ ମେଳା ଅନୁଷ୍ଠିତ

0
319

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ଠାରେ ଶୁକ୍ରବାର ଦିନ ଡ଼ାକ ବିଭାଗ ପକ୍ଷରୁ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଉତ୍ତରାଞ୍ଚଳ ଡ଼ାକ ଉପମଣ୍ଡଳର ସହକାରୀ ଡ଼ାକ ଅଧିକ୍ଷକ ବିଜୟ କୁମାର ସାହୁଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ବରିଷ୍ଠ ଡ଼ାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀଙ୍କୁ ଡାକବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା ଗ୍ରାମୀଣ ଡ଼ାକ ଜୀବନ ବୀମା, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା, ପୌନଃପୁନିକ ଜମା, ମିଆଦି ଜମା ପ୍ରଭୁତି ଯୋଜନା ମାଧ୍ୟମରେ ନିଜ କଷ୍ଟ ଅର୍ଜିତ ଉପାର୍ଜନକୁ ସଞ୍ଚୟ କରିବାକୁ ସଚେତନ କରିଥିଲେ l

           ଏହି ଅବସରରେ ବେରୁଆଁବାଡ଼ି ଓ ଜାଗିଲିପଦର ଗ୍ରାମକୁ ଡ଼ାକ ପଞ୍ଚତାରକା ଗ୍ରାମ ଏବଂ କରଞ୍ଜିଆ, କଲୁଆବାଡ଼ି, ତାରିଣୀପଲ୍ଲୀ ଏବଂ ଦକ୍ଷିଣପୁର ଗ୍ରାମକୁ ସମ୍ପୂର୍ଣ ସୁକନ୍ୟା ଗ୍ରାମ ଭାବେ ଘୋଷଣା କରାଯାଇଥିଲା l ଏହାସହ କୃତି ପୋଷ୍ଟ ମାଷ୍ଟର ମାନଙ୍କୁ ସାମ୍ନାନିତ କରାଯାଇଥିଲା ଏବଂ ଜାଗିଲିପଦର ଶାଖା ଡାକପାଳ ରାମେଶ୍ୱର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ମେଳାରେ ଅନ୍ୟତମ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ନୀଳାଞ୍ଚଳ ପାଢ଼ୀ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ l 

LEAVE A REPLY

Please enter your comment!
Please enter your name here