ଡିଜେଲ ଓ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ବେଗୁନିଆପଡା ଠାରେ ସି ପି ଆଇ ର ଧର୍ମଘଟ

0
270

ବ୍ରହ୍ମପୁର: କେନ୍ଦ୍ର ଓ ରାଜ୍ୟରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଘଟି ଚାଲିଛି । ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର ଶହେ ଟପିଲାଣି ଏହାର ପ୍ରତିବାଦ କରି ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି( ସିପିଆଇ)ପକ୍ଷରୁ ୬ ଘଣ୍ଟିଆ ଧର୍ମଘଟ କରାଯାଇଛି । ସିପିଆଇ କର୍ମୀ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିବା ସହିତ ପିକେଟିଂ ମଧ୍ୟ କରିଥିଲେ । ଅହେତୁକ ଦରଦାମ୍ ବୃଦ୍ଧି ଲୋକ ମାନଙ୍କ ପାଇଁ ଅତିଷ୍ଠ ହେଲାଣି ଯାହା ଫଳରେ ଲୋକେ ହଇରାଣ ର ଶିକାର ହେବା ସହ କୌଣସି ଜିନିଷ କିଣିବା ପାଇଁ କଷ୍ଟ ଅନୁଭବ କରୁଛନ୍ତି ବୋଲି ସି ପି ଆଇ କର୍ମୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସି ପି ଆଇ ନେତା ରଙ୍କନାଥ ସ୍ୱାଇଁ, ସତ୍ୟବାଦୀ ସ୍ୱାଇଁ, ଜୟକୃଷ୍ଣ ନାହାକ,ନାରାୟଣ ସେଠୀ, ଲକ୍ଷ୍ମଣ ସ୍ୱାଇଁ, କମଳ ଲୋଚନ ଗୌଡ଼, ଉଦୟ ନାଥ ନାହାକ ଙ୍କ ସମେତ ବହୁ ସି ପି ଆଇ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here