ନୂତନ ଭାବେ ମନୋନୀତ ହୋଇଥିବା ବିଜୁ ଜନତା ଦଳର ଜିଲ୍ଲା ଓ ରାଜ୍ୟ ମହିଳା ନେତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

0
340

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ବ୍ରହ୍ମପୁର ଭାବାନଗର ସ୍ଥିତ ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯାଳୟ ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ମହିଳା ନେତ୍ରୀ ମାନଙ୍କୁ ବିଭିନ୍ନ ପଦ ପଦବୀରେ ମନୋନୀତ କରିଥିବାରୁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଡାକ୍ତର ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନେତୃତ୍ୱରେ ବିଜୁ ଜନତା ଦଳର ଜିଲ୍ଲା ଓ ରାଜ୍ୟ ସ୍ତରୀୟ ମହିଳା ନେତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି।ସମ୍ବର୍ଦ୍ଧିତ ହୋଇଥିବା ନେତ୍ରୀ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ମହିଳା ନେତ୍ରୀ ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ,ଗଞ୍ଜାମ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଏମ୍.ସୁଜାତା ପାତ୍ର, ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ କେ.ମାଧବୀ,ରାଜ୍ୟ ସାଧାରଣ ସମ୍ପାଦିକା ଜ୍ୟୋଛନ୍ନା ପାଢ଼ୀ,କଳ୍ପନା ଭୋଳ,ମଞ୍ଜୁଶ୍ରୀ ଦଳେଇ ଓ ଜୟନ୍ତୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଉପସ୍ଥିତ ଥିବା ଅତିଥି ମାନେ ହେଲେ
ଆସିକା ଲୋକସଭା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ବେହେରା, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ, ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଛାତ୍ର ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ ପଣ୍ଡା,ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ସାବତ, ନଗର ସଭାପତି ଶ୍ରୀ ବିଜୟ ସାମଲ, ମୁକୁନ୍ଦ ଗୌଡ଼, ସଂଜିତ ପାଣିଗ୍ରାହୀ, ତୁମ୍ବନାଥ ପଣ୍ଡା, ଅନିଲ ସାହୁ,ଶ୍ରୀମତୀ ସୋନାଲି ଗନ୍ତାୟତ,ଆର.ମୁରଲୀ ମୋହନ, ଭିଷ୍ମଚାର୍ୟ୍ଯ ଚୌଧୁରୀ,ମନୋଜ ମହାପାତ୍ର, ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ମହିଳା ବିଜେଡି, ଯୁବ ବିଜେଡି,ଛାତ୍ର ବିଜେଡିର ସମସ୍ତ ସଦସ୍ୟ ଓ ବିଜୁ ପରିବାର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here