ଦୁଇ ସ୍ବର୍ଗତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଧାୟକ

0
267

ବୁଗୁଡା:ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ନିର୍ବାଚନ ମଣ୍ଡଳୀର ଦୁଇ ଜଣ ପରଲୋକ ଗମନ କରିଥିବା ଜଣେ ପୂର୍ବତନ ସରପଞ୍ଚ ଓ ଜଣେ ଗରିବ କୃଷକ ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିବା ଜଣାପଡ଼ିଛି। ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ଦୁଇ ଥର ସରପଞ୍ଚ ଥିବା ସ୍ବର୍ଗତ ନାରାୟଣ ପ୍ରଧାନଙ୍କ ପରିବାରଙ୍କୁ ଭେଟି ଶୋକସନ୍ତାପ୍ତ ପରିବାରକୁ ସମବେଦନା ଜଣାଇ ସାନ୍ତ୍ବନା ପ୍ରଦାନ କରିଥିଲେ। ସେହିପରି ବିଜୁଳି ଆଲୋକ ଆଘାତରେ ମୃତ୍ୟୁ ବରଣ କରିଥିବା ମଧୂପଲ୍ଲୀ ଗ୍ରାମର ଗରିବ କୃଷକ ସ୍ବର୍ଗତ ପଞ୍ଚୁ ପ୍ରଧାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ବଗବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ୪ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here