ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ

0
263

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜୁଲାଇ ୫ ତାରିଖ ଦିନ ବନମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକସନ ବନପାଳ ସରସ୍ବତୀ ନାୟକ ଓ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ୭୨ ତମ ବନମହୋତ୍ସବ ଉପଲକ୍ଷେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନିମ, ଅଁଳା, ଓ ବାଦାମ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ଅଧ୍ୟାପକ ଶଙ୍କର ଆଶିଷ ପାତ୍ର, ଅର୍ଚ୍ଚନା ମୁନି, ସଂଯୁକ୍ତା ପାତ୍ର ଓ ବନ ସୁରକ୍ଷା କର୍ମୀ ସୀମାଞ୍ଚଳ ରାଉତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here