ଡ଼ିମିରିପlଲ୍ଲୀ ଜଙ୍ଗଲ କାଟ ର ଉଚ୍ଚସ୍ତରୀୟ ତଦନ୍ତ ଦାବି

0
274

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଗନାଥପ୍ରସାଦରୁ ମାତ୍ର 5କିମି ଦୂରରେ ଥିବା ଡ଼ିମିରିପlଲ୍ଲୀ ଆଦିବାସୀ ଗ୍ରାମରେ ମାଫିଆମାନେ ଶହ ଶହ ସଂଖ୍ୟାରେ ବଡ଼ ବଡ଼ ଗଛ କାଟିନେଉଛନ୍ତି l ଜଙ୍ଗଲ ବିଭାଗ, ଜିଲ୍ଲାପ୍ରଶାସନର ଜାଣତରେ ଦୀର୍ଘ ଦିନରୁ ଏପରି ଜଙ୍ଗଲ ଧ୍ବଂସ କାମ ହେଉଛି l ଜଳ ଜମି ଜଙ୍ଗଲକୁ ଜମି ମାଫିଆଙ୍କ ହାତକୁ ଟେକିଦେବା ଭଳି ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ତହସିଲ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l ନିରୀହ ଆଦିବାସୀଙ୍କ ଜଙ୍ଗଲ ଅଧିକାର ଆଇନକୁ ସମ୍ପୂର୍ଣ ଭାବେ ଧ୍ବଂସ କରି ତାଙ୍କ ଜୀବନ ଜୀବିକାକୁ ନଷ୍ଟ କରିବାସହ ତାଙ୍କୁ ତାଙ୍କ ଭିଟାମାଟିରୁ ବିସ୍ଥାପନ କରିବା ପାଇଁ ଗୁଜୁରାଟର ଜମିମାଫିଆଙ୍କ ସହ ହାତ ମିଳାଇଛନ୍ତି ନେତା, ଟାଉଟର ଓ ବନ ବିଭାଗ l ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଡିମିରିପଲ୍ଲି ଆଦିବାସୀ ଗାଁ ଜଙ୍ଗଲରେ ଅବାଧରେ ଗଛ କାଟିଛନ୍ତି କହ୍ନେଇଲାଲ ହାପାନି ଏବଂ ପୂର୍ଣଚନ୍ଦ୍ର ମିଶ୍ର । ୧୦୦ ରୁ ଉର୍ଦ୍ଧ୍ବ ଶାଗୁଆନ, ଶାଳ, ପିଆଶାଳ ଆଦି ଗଛ କଟାଯାଇଥିବା ବେଳେ ୧୦୦୦ରୁ ଅଧିକ କାଜୁ ଗଛ କାଟି ଆଦିବାସୀଙ୍କୁ ସର୍ବସ୍ବାନ୍ତ କରିଦିଆଯାଇଛି । ବନ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ଆଇନ ଓ ପରିବେଶ ସୁରକ୍ଷା ଆଇନ ର ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଜମି ମାଫିଆ ଙ୍କୁ ସୁରକ୍ଷା ଦେବା ପାଇଁ କେତେବେଳେ ସରକାରୀ ଜମି ତ କେତେବେଳେ ଘରୋଇ ମାଲିକାନା ଜମି କହି ଆସାମୀମାନଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ପଛlଇନାହାନ୍ତି ରାଜସ୍ବ ବିଭାଗୀୟ ଅଧିକାରୀ l ଜଙ୍ଗଲ ଓ ପରିବେଶ ନଷ୍ଟ କରିଥିବା ଜମି ମାଫିଆଙ୍କୁ ତୁରନ୍ତ ଗିରିଫ, ଆଦିବାସୀଙ୍କ ଦଖଲରେ ଥିବା ଓ ପୂର୍ବପୁରୁଷରୁ ଚାଷ କରି ଆସୁଥିବା ଜମିକୁ ଯେଉଁମାନେ ଅନ୍ୟାୟପୁର୍ଣ ଭାବେ ପଟ୍ଟା କରିନେଇଛନ୍ତି ସେମାନଙ୍କ ପଟ୍ଟାକୁ ରଦ୍ଦ କରି ଆଦିବାସୀଙ୍କ ହାତରେ ଉକ୍ତ ଜଙ୍ଗଲ ଅଧିକାର ନ୍ୟସ୍ତ କରାଯାଉ, ଫଳନ୍ତି ଗଛ କାଟି ଆଦିବାସୀଙ୍କ ଜୀବିକାର ଯେଉଁ କ୍ଷତି ହୋଇଛି ସେଥିପାଇଁ ତାଙ୍କ ପରିବାରର ଭରଣପୋଷଣପାଇଁ 50,000ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀଙ୍କୁ ସମସ୍ତ ଅଧିକାର ପ୍ରଦାନ କରାଯିବାକୁ ଆଜି ବିଭିନ୍ନ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ ମାନଙ୍କ ପ୍ରସ୍ତାବିତ ମିଳିତ ମଞ୍ଚ ପକ୍ଷରୁ ଆଇନଜୀବି ତଥା ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା,ଋଷିକୂଲ୍ୟା ରୟତ ମହାସଭାର ସିମାଞ୍ଚଳ ନାହାକ,ସିପିଆଇ (ଏମ. ଏଲ,)ରେଡଷ୍ଟlର ର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ସିପିଆଇ (ଏମ. ଏଲ )ର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସୁବାସ ରାଉତ, ସମ୍ପାଦକ ଆଦିତ୍ୟ ରଥ, ଜନ ଜାଗରଣ ଅଭିଯାନର ସଭାପତି ମଧୁସୂଦନ ସେଠି, ବହୁଜନ ମୁକ୍ତି ମୋର୍ଚ୍ଚାର ଦେବେନ୍ଦ୍ର ପାତ୍ର,କ୍ରାନ୍ତିକାରୀ କୃଷକ ସଭାର ସଭାନେତ୍ରୀ ପି. ପାର୍ବତୀ,ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ସଭାପତି ଗୁରୁଦେବ ବେହେରା,ଯୁବନେତା ଶିବରାମ ସାହୁ ଏକ ପ୍ରେସବିବୃତ୍ତି ମାଧ୍ୟମରେ ଦାବି କରାଯାଇଛି l

LEAVE A REPLY

Please enter your comment!
Please enter your name here