ଗଞ୍ଜାମ ପର୍ଶୁରାମ ବାହିନୀ ପକ୍ଷରୁ ବେଦ ପାଠଶାଳା ଛାତ୍ର ଙ୍କୁ ସାମଗ୍ରୀ ବଣ୍ଟନ

0
235

ବ୍ରହ୍ମପୁର(ନିଉଜ୍ ଏକ୍ସଟ୍ରା): ଭାରତୀୟ ସଂସ୍କୃତିରେ ବେଦର ଏକ ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଚାରି ବେଦ ମଧ୍ୟେରେ ରୁକ୍ ଓ ଯଦୁର ବେଦ ଅଧ୍ୟୟନରେ ହୋମ ଯଜ୍ଞ,ମନ୍ଦିର ପ୍ରତିଷ୍ଠା,ଭଳି ଅନେକ ପୂଜା ବିଧି ପାଠ କରାଯାଏ।ବ୍ରହ୍ମପୁର ଉପକଣ୍ଠ ସ୍ଥିତ କନିଷି ଠାରେ ବେଦ ପାଠଶାଳାରେ ଶିକ୍ଷାର୍ଥୀ ମାନଙ୍କୁ ବେଦ ଶିକ୍ଷା ପ୍ରଦାନ କରାଯାଇଛି।ଗଞ୍ଜାମ ପର୍ଶୁରାମ ବାହିନୀ ତରଫରୁ କନିଷି ସ୍ଥିତ ବେଦ ପାଠଶାଳାର ଅଧ୍ୟୟନରତ ଛାତ୍ର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କର‍ଯାଇଥିଲା। ଉକ୍ତ କାର୍ଯ୍ୟ କ୍ରମରେ ସଂଗଠନର ସଭାପତି ପଣ୍ଡିତ ରବୀନ୍ଦ୍ର କୁମାର ପଣ୍ଡା (ମାନବ ପଣ୍ଡିତ),ଉପସଭାପତି ପଣ୍ଡିତ ପ୍ରଶାନ୍ତ ଦାଶ,ପ୍ରବକ୍ତା- ପଣ୍ଡିତ ଅକ୍ଷୟ କୁମାର ପାଢୀ,ସମ୍ପାଦକ- ପଣ୍ଡିତ ଜଗନ୍ନାଥ ନନ୍ଦ, ସହ ସମ୍ପାଦକ -ପଣ୍ଡିତ ବିଷ୍ଣୁପ୍ରସାଦ ଦାଶ, କୋଷାଧ୍ୟକ୍ଷ ପଣ୍ଡିତ ରାମନାରାୟଣ ପୁରୋହିତଙ୍କ ସମେତ କାର୍ଯ୍ୟକାରିଣି କମିଟି ସଦସ୍ୟ ଯଥା,ପଣ୍ଡିତ ଟୁଟୁ ରଥ,ହରପ୍ରସାଦ ତ୍ରିପାଠୀ,ଶ୍ରୀରାମ ରଥ,ବଦ୍ରିନାଥ ଦାଶ, କିରଣ ପାଢୀ, ଆଦି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here