କାର ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର ଆହାତ

0
252

ବାଲିଗୁଡା(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ଏକ ଟିମ୍ ପହଞ୍ଚି ଗୁରୁତର ଆହାତ ହୋଇଥିବା ଯୁବକଙ୍କୁ ଅଗ୍ନିଶମ ବାହିନକୁ ଡ଼କାଇ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଆହାତ ହୋଇଥିବା ଯୁବକ ପରିଚୟ ଜଣାପଡ଼ିନଥିଲେ ମଧ୍ୟ ସେମାନଙ୍କ ଘର ଫିରିଙ୍ଗିଆ ଥାନା ମାଝିପଡ଼ାର ବୋଲି ଜଣାପଡିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here