ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ବିଧାୟକ ।

0
236

ପୋଲସରା:ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଜୁନ ୨୫ ତାରିଖରେ ପୋଲସରା ବ୍ଳକ ଅନ୍ତର୍ଗତ ହାତୀଓଟ, ବର୍ତ୍ତିନି, ମଦରଙ୍ଗପଲ୍ଲୀ ଓ କଷିପଡା ଗ୍ରାମାରେ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ମାଲତୀବାଡ଼ି ଗ୍ରାମରେ ସମସ୍ତଙ୍କ ଘରକୁ ପାଇପ ପାଣି ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ଗ୍ରାମର ସମସ୍ତ ପରିବାରର ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ପ୍ରକାରେ ଚାରି ଗ୍ରାମରେ ପ୍ରକଳ୍ପ ଗୁଡ଼ିକ ନିର୍ମାଣ ହେବାକୁ ଯାଉଥିବା ବେଳେ ଗୋଟିଏ ଗ୍ରାମରେ ଆଜି ଜଳ ଯୋଗାନର ଶୁଭାରମ୍ଭ ହୋଇଛି। ଏହାଦ୍ୱରା ନିଜ ଘରେ ସମସ୍ତ ପରିବାର ଆବଶ୍ୟକ ପାନୀୟ ଜଳ ପାଇପାରି ଜଳ କଷ୍ଟରୁ ମୁକ୍ତି ପାଇପାରିବେ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ବିଧାୟକଙ୍କ ସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ ଓ ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ତ୍ରିପାଠୀ ଯୋଗଦେଇଥିଲେ। ବିଧାୟକ ଶ୍ରୀ ସାହୁଙ୍କୁ ବିଭିନ୍ନ ଗ୍ରାମରେ ଲୋକମାନେ ଶୋଭାଯାତ୍ରାରେ ପାଛୋଟି ନେଇଥିବା ବେଳେ ବିଧାୟକ ଲୋକମାନଙ୍କ ସହ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here