ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
511

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇସାହିର ଏକ ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତକ ଜଣକ ହେଲେ ଜେ. ଅନିତା।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ସୂଚନା ମୁତାବକ ଅନିତା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟକରୁଥିଲେ।ସେ କିଛି ଦିନ ହେଲା ଲଣ୍ଡେଇସାହି ରେ ଏକ ଭଡ଼ା ଘରେ ରହୁଥିଲେ।ଆଜି ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ଭଞ୍ଜନଗର ପୋଲିସକୁ ଖବର ଦେଇଥିଲେ।ପୋଲିସ ଘର କବାଟ ଭାଙ୍ଗି ଦେଖିବା ବେଳକୁ ମୃତଦେହଟି ଶାଢ଼ୀରେ ବନ୍ଧା ଅବସ୍ଥାରେ ଫ୍ୟାନରେ ଝୁଲୁଛି।ମାର୍ଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ମୃତଦେହ କୁ ଜବତ କରି ଭଞ୍ଜନଗର ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି।ତେବେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here