ସାହିତ୍ୟ ସଂସଦ ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

0
241

ବୁଗୁଡା:ବୁଗୁଡ଼ାର ଅଗ୍ରଣୀ ସାହିତ୍ୟ ସଂଗଠନ ମଦନ ମୋହନ ସାହିତ୍ୟ ସଂସଦ ଓ ପାଠାଗାର ପକ୍ଷରୁ ଜୁନ ୨୨ ତାରିଖ ଦିନ ମାସ୍କ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଦନ ମୋହନ ସାହିତ୍ୟ ସଂସଦ ଓ ପାଠାଗାରର ସମ୍ପାଦକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡା ମାଣିତରା ପଞ୍ଚାୟତର ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ମାଣିତରାର ବିଭିନ୍ନ ସାହି ଓ ଭୋଗଡା ଗ୍ରାମରେ ମାସ୍କ ବଣ୍ଟନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ହାତ ସଫା କରିବା, ଜନ ଗହଳି ନକରିବା ପ୍ରଭୃତି ବିଷୟରେ ସଚେତନତା କରିଥିଲେ। ବୁଦ୍ଧିଜୀବୀ ବୃନ୍ଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିବା ସହ ପ୍ରସଂଶା କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here