ଦକ୍ଷିଣାଞ୍ଚଳ କମିଶନର ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ, କୋଭିଡ୍ ନିୟନ୍ତ୍ରଣ ସ୍ଥିତି ଓ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା

0
387

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଟି. ଅପାଙ୍ଗରାଓ, ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗଦେଇ ଜିଲ୍ଲାରେ ମହାମାରୀ କରୋନା ର ନିୟନ୍ତ୍ରଣ ସ୍ଥିତି, ଟୀକାକରଣ, ଉନ୍ନତ ସ୍ବାସ୍ଥ୍ୟ ସେବା, RTPCR ଟେଷ୍ଟିଂ, ଅମ୍ଳଜାନ ପ୍ଲାଣ୍ଟ,, ବିଜୁ ଏକ୍ସପ୍ରେସ, ଭାରତ ମାଳା ପ୍ରକଳ୍ପ, ରାଜସ୍ୱ ଆୟ ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ। ବିଶେଷକରି ଗ୍ରାମାଞ୍ଚଳରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇ. ଇ. ସି)କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବ୍ୟାପକ ସଚେତନ କରି ଟୀକା କରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର କରୋନାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ଜିଲ୍ଲା ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ରାଜସ୍ବ କମିଶନର ଙ୍କୁ ଅବଗତ କରାଇଥିଲେ। ସମୀକ୍ଷା ବୈଠକ ପରେ ଅ ଦ୍ୟ ରାଜସ୍ବ କମିଶନର ଜିଲ୍ଲା ଚିକିତ୍ସା ଲୟ ପରିଦର୍ଶନ କରି RTPCR ପରୀକ୍ଷା କେନ୍ଦ୍ର, ଆଇସିୟୁ, ଜିଲ୍ଲା ଚିକିତ୍ସାଳୟ ଉପର ମହଲାରେ ନିର୍ମାଣାଧୀନ ଥିବା ବର୍ଦ୍ଧିତ ୨୦୦ ଶଯ୍ୟା ବିଶିଷ୍ଟ ୱାଡ, ଜିଲ୍ଲା ଚିକିତ୍ସ ଲୟ ପରିସର ମଧ୍ୟରେ ନିର୍ମାଣଧୀନ ଥିବା ଅମ୍ଳଜାନ ପ୍ଲାଣ୍ଟ, ବୁଲି ଦେଖିବା ସହିତ ନବରଙ୍ଗପୁର ଦ ହ ନା,ଦିଗିସଲ୍ ପା ରାସ୍ତା କୁ ସଂଯୋଗ କରୁଥିବା ଲୋକଳ୍ ନାଳା ଉପରେ ୩ କୋଟି ୭୪ ଲକ୍ଷ ବ୍ୟୟ ଅଟକଳ ରେ ନିର୍ମାଣାଧୀନ ଥିବା ଏଚ ଏଲ୍ ବ୍ରିଜ କାମ ଦେଖିଥିଲେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣାଧୀନ ଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଏଥି ସଂପୃକ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭାସ୍କର ର ଇ ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଶୋଭା ରାଣୀ ମିଶ୍ର, ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରମୁଖ ଯୋଗଦେଇଥିଲେ।

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here