ବେଆଇନ ବଳଦ ଚାଲାଣ ଗାଡି ସହ ଦୁଇ ଜଣ ଅଟକ

0
243

ପୋଲସରା : ଜୁନ ୨୦ ତାରିଖ ଦିନ ଭୋର ସକାଳ ସମୟରେ ଚାରିଗୋଟି ବଳଦ ଏକ ପିକଅପ ଗାଡିରେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ଗାଡି ସହ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ରେଜିଷ୍ଟ୍ରେସନ ନମ୍ବର ଓଡ଼ି ୨୫ ଇ ୭୯୩୧ ପିକଅପ ଗାଡ଼ିରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅଞ୍ଚଳର ଦୁର୍ଯ୍ୟୋଧନ ସାହୁ ଓ ପର୍ଶୁରାମ ସାହୁ ଚାରିଗୋଟି ବଳଦ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ପୋଲସରା ପୋଲିସ ଜବତ କରିଛନ୍ତି। ଏନେଇ ପୋଲସରା ଥାନା କେଶ ନଂ ୨୦୮/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଦୁର୍ଯ୍ୟୋଧନ ଓ ପର୍ଶୁରାମ ଙ୍କୁ ଜାମିନରେ ଛାଡିଥିବା ବେଳେ ଗାଡି ଜବତ କରି ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here