ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
433

ପାରଳାଖେମୁଣ୍ଡ: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅଞ୍ଚଳରେ ଜଣେ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ନିଜ ବାସଗୃହରୁ ପୋଲିସ ଉଦ୍ଧାର କରିଛି । ମୃତକଜଣେ ଶିକ୍ଷୟତ୍ରୀ ରଜନୀଗନ୍ଧା ବଡରଇତ ଗତ ୨୦୧୭ ମସିହାରେ ରାୟଗଡ ବ୍ଲକ ଅନ୍ତର୍ଗତ ମରକଡା ଗ୍ରାମର ସମୋନାଥ ବଡରଇତଙ୍କୁ ପ୍ରେମ ବିବାହ କରିଥିଲେ । ଗତକାଲି ଶିକ୍ଷୟତ୍ରୀ ରଜନୀଗନ୍ଧା ନିଜ ବାସଭବନରେ କୌଣସି କାରଣରୁ ବେକରେ ରଶି ଲଗାଇ ମୃତ୍ୟୁବରଣ କରିଥିବାର ଦେଖାଦେଇଥିଲା । ଏନେଇ ରଜନୀଗନ୍ଧାଙ୍କ ପିତା ସୁଦାମ ଧାଙ୍ଗଡାଭୂୟାଁ ଗାରବନ୍ଧ ପୋଲିସକୁ ଖବର ଦେବା ପରେ ଗତକାଲି ରାତ୍ର ସମୟରେ ହିଁ ଗାରବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ଏହି ବିଷୟରେ ଅନୁଧ୍ୟାନ କରିଥିଲେ । ଘଟଣା ନେଇ ମୃତ ଶିକ୍ଷୟତ୍ରୀଙ୍କ ପିତା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଆଜି ଏନେଇ ଗାରବନ୍ଧ ଥାନା ପୋଲିସ ସାଇଣ୍ଟିଫିକ ଟିମ୍‌କୁ ଡକାଇ ଘଟଣାସ୍ଥଳରେ ବିଭିନ୍ନ ଛାନଭିନ ଓ ତଦନ୍ତ କରିବା ପରେ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଶବ ପଠାଇ ଦେଇଛନ୍ତି । ଏହି ଘଟଣାନେଇ ତଦନ୍ତ ଜାରି ରହିଥିବା ବେଳେ ମୃତ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଓ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରୁ ଜଣେ ହେଲେ ଘରେ ବା ଗ୍ରାମରେ ନଥିବା ଜଣାପଡିଛି । ଉକ୍ତ ଘଟଣାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ଭାବେ ଆଲୋଚନା ଚାଲିଥିବା ଦେଖିବାକୁ ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here