ଗୁଞ୍ଜବଳ। ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
270

ବେଗୁନିଆପଡା: ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡଖଇରଖମା ପଞ୍ଚାୟତର ଗୁଞ୍ଜବଳ। ଠାରେ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ସହ ଗ୍ରାମବାସୀ ସାମାଜିକ ଦୂରତା ରଖି ଏକ ରାଲିରେ ସ୍ଲୋଗାନ ଦେଇ କରୋନାକୁ ହରାଇବା ପାଇଁ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରଖି ଚଳ ପ୍ରଚଳ ହେବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଏ ଏନ ଏମ ଅନିତା ମିସ୍ତ୍ରୀ ଓ ମନ୍ଦଦରି, ଅଙ୍ଗନବାଡି କର୍ମୀ ବନିତା ଜେନା, ଆଶା କର୍ମୀ ବବିତା ରାଉତ, ଭି ଏଲ ଡବ୍ଲୁ ଗୌରହରି ସ୍ୱାଇଁ, ୱାର୍ଡ ସଭ୍ୟ ଶଶି ନାହାକ, ଜି କେ ଏସ ଅଶୋକ ପ୍ରଧାନ, ଶଙ୍କର ପ୍ରଧାନ, ରାଜେଶ୍ୱରୀ ଗୌଡ଼ ଓ ସୁନାଲତା ଗୌଡ଼ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।ଏହି ଅବସରରେ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here