କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0
264

ଚମାଖଣ୍ଡି: ମୋଦୀ ସରକାରଙ୍କ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ ରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକ କଂଗ୍ରେସ କଂଗ୍ରେସ ସଭାପତି ଅବନୀ ଶତପଥି ଅବନୀ ଶତପଥି ଏବଂ ବହୁ କଂଗ୍ରେସ କର୍ମୀ ଚମାଖଣ୍ଡି ନିକଟସ୍ଥ ରଘୁନାଥପୁର,ନରେନ୍ଦ୍ରପୁର ଓ ଜଗନ୍ନାଥପୁର ରେ ଥିବା ୩ଟି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୋଦୀ ସରକାର ପେଟ୍ରୋଲ, ଡିଜେଲ ଦର କୁ ବୃଦ୍ଧି କୁ ପ୍ରତିବାଦ କରିବା ସହିତ ମୋଦୀ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି । ଯଦି ଏହାର କୌଣସି ସୁଫଳ ମିଳିପାରୁନାହିଁ ଆଗାମୀ ଦିନରେ ସେମାନେ ରାଜରାସ୍ତାରେ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ନରେନ୍ଦ୍ର ସ୍ୱାଇଁ, ରାନୁ ତ୍ରିପାଠୀ, କୁନା ବିଷୋୟୀ, ସୂର୍ଯ୍ୟ ସାହୁ, ମୁନା ନାୟକ, ନରସିଂହ ସେଠୀ, କାଳିଆ, ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here