ବିଜୁ ଜନତା ଦଳ ସଙ୍ଗଠନକୁ ମଜବୁତ କରୁଛନ୍ତି ନବରଙ୍ଗପୁର ସାଂସଦ

0
441

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା)ବିଜୁ ଜନତା ଦଳ ତୃଣମୂଳସ୍ତରରୁ ସଙ୍ଗଠନକୁ ମଜବୁତ କରିବାକୁ ଲାଗିଥିବା ବେଳେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ବରେ ନିଜ ଜିଲ୍ଲାର ସଂଗଠନକୁ ମଜବୁତ କରିବାକୁ ଲାଗିଛନ୍ତି । ବିଜେପିର ସଂଗଠନ ମାନଙ୍କୁ ନିଜ ଦଳରେ ସାମିଲ କରି ବିଜେପିକୁ ଶକ୍ତ ଧକ୍କା ଦେଇଥିବା ବେଳେ ଆଜି ଜୟପୁର ବିଧାୟକ ଭାଲୁ ବାହିନୀପତିଙ୍କ ଭାଇ ଶ୍ରୀ ଲକ୍ଷ୍ମୀ ବାହିନୀପତିଙ୍କୁ ବିଜୁ ଜନତା ଦଳରେ ସାମିଲ କରାଯାଇଛି । ଶ୍ରୀ ବାହିନୀପତି ଜଣେ ଶିକ୍ଷକ ନେତା ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପରିଚିତ ଥିବା ବେଳେ ଶିକ୍ଷକ ମାନଙ୍କର ସୁଖ ଦୁଃଖକୁ ନିଜର ଭାବି ୩୦ ବର୍ଷ ଧରି ଶିକ୍ଷକ ନେତା ଭାବେ ପରିଚିତ ଥିଲେ । ହେଲେ ସେ ଚାକିରିରୁ ଅବସର ନେବା ପରେ ଆଜି ସାଂସଦ ରମେଶ ମାଝୀଙ୍କ ବାସ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତାଦଳ ସଂଯୋଜକ ପ୍ରମୋଦ ପାଢ଼ୀ , ପୂର୍ବତନ ନଗରପାଳ ଝାଡେଶ୍ୱର ମହାନ୍ତି , ବିଧାୟକଙ୍କ ପ୍ରତିନି ସଞ୍ଜୟ ଗୁପ୍ତା , ଜିଲ୍ଲା ଛାତ୍ର ସଭାପତି ସୁଧାଂଶୁ ଦାସ , ବାପି ସିଲଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଶ୍ରୀ ବାହିନୀପତିଙ୍କ ସାମିଲରେ ନବରଙ୍ଗପୁର ଜିଲ୍ଲାରେ ଦଳ ପାଇଁ ମଜବୁତ ସ୍ଥିତି ଆସିପାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here