ଛାତ୍ର କଂଗ୍ରେସ ପକ୍ଷରୁ ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

0
248

ବ୍ରହ୍ମପୁର:କୋଭିଡ଼୍ ସମୟରେ ମାସ ମାସ ଧରି ଲକ୍ ଡ଼ାଉନ୍ ଜାରୀ ରହିବା ଫଳରେ ଗରିବ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ କିଛି ସହାୟତା କରିବା ପାଇଁ ହାତ ବଢ଼େଇ ଛାତ୍ର କଂଗ୍ରେସ ।କରୋନା ପାଇଁ ଲକ୍ ଡାଉନ୍ ରେ ରୋଜଗାର ହରାଇ ବହୁ ପରିବାର କଷ୍ଟରେ ଚଲୁଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳଙ୍କ ନେତୃତ୍ବରେ ଆଜି ରାତ୍ର ୮ଘଣ୍ଟ ସମୟରେ ବ୍ରହ୍ମପୁର ଷ୍ଟେସନ ,ପୁରୁଣା ବସଷ୍ଟାଣ୍ଡ ଛକଠାରେ ୧୦୦ ରୁ ଉର୍ଦ୍ଧ୍ବ ଗରିବ ଅସହାୟ ,ଦିନମଜୁରିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ।କୋଭିଡ୍ ଭଳି ପରିସ୍ଥିତିରେ ଲୋକମାନେ ନିଜର ରୋଜଗାର ହରାଇ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି। ସେମାନଙ୍କୁ କିଛି ସାହାର୍ଯ୍ୟ ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରିଛି ଛାତ୍ର କଂଗ୍ରେସ । ଆଗକୁ ମଧ୍ୟ ଏହି କାଯ୍ୟକର୍ମ ଜାରି ରହିବ । କରୋନା ମହାମାରୀ କାଳରେ ଅସହାୟ ଗରିବ କେହି ଭି ଭୋକ ଉପବାସରେ ରହିବେ ନାହିଁ ବୋଲି ଏହି ପ୍ରୟାସ କରିଥିବା କହିଛନ୍ତି ଛାତ୍ର କଂଗ୍ରେସ ବିକାଶ ପଶୁପାଳ ।ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ,ଯୁବ କଂଗ୍ରେସ ଦେବାଶିଷ ମହାନ୍ତି, ସିଦ୍ଧାନ୍ତ ସାହୁ,ଭବାନୀ ସାହୁ, ଶୁଭଙ୍କର ମାଳି, ଦିବାକର ପ୍ରଧାନ, ପ୍ରତାପ ଗୌଡ଼, ପୁଣ୍ୟ ପ୍ରଦୀପ ରଥ, ଦୀପକ ଗୌଡ଼, ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here