କୋଭିଡ୍-୧୯ ର ଜରୁରୀକାଳୀନ ବୈଠକ

0
236

ଛତ୍ରପୁର: କରୋନାର ଦ୍ବିତୀୟ ଲହରର ପ୍ରାଦୁର୍ଭାବକୁ ପ୍ରତିହତ କରିବା ନିମନ୍ତେ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ଗୁଡିକର ସୁପରିଚାଳନା ନିମନ୍ତେ ଆଜି ପୂର୍ବାହ୍ନରେ ସମସ୍ତ ବିଡିଓ, ତହସିଲଦାର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
କରୋନାର ଦ୍ବିତୀୟ ଲହର ପ୍ରାଦୁର୍ଭାବକୁ ପ୍ରତିହତ କରିବା ନିମନ୍ତେ ଟିକା କରଣ ଏକାନ୍ତ ଅପରିହାର୍ଯ୍ୟ । ଜିଲ୍ଲାର ସମସ୍ତ ବ୍ଲକରେ ପ୍ରତିଦିନ ଆର୍.ଟି.ପି.ସି.ଆର୍. ଟେଷ୍ଟ ଓ ଆଣ୍ଟିଜେନ୍ ଟେଷ୍ଟ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଡିଓ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କହିଛନ୍ତି । ସମସ୍ତ ଟିକା କରଣ କେନ୍ଦ୍ରରେ ପିଇବା ପାଣି, ବସିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଗହଳିକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକ୍ ରେ ଟିକା ଦିଆଯିବ । ଆସନ୍ତା ରଜ ପର୍ବରେ ବଜାର ଗୁଡିକରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ ସମସ୍ତ ତହସିଲଦାରଙ୍କୁ ଏନଫୋର୍ସମେଣ୍ଟ କରିବାକୁ ଗୁରୁତ୍ବ ଦେବାକୁ କୁହାଯାଇଛି । ପ୍ରତି ବ୍ଲକ୍ ର ଗ୍ରାମାଞ୍ଚଳ ଗୁଡିକରେ ସମସ୍ତ ଛୋଟଛୋଟ ପୁଅ ଝିଅଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ କୁହାଯାଇଛି । ସମସ୍ତ ଅଙ୍ଗନଓ୍ବାଡି କର୍ମଚାରୀଙ୍କୁ ଜୁମ୍ ମାଧ୍ୟମରେ ତାଲିମ୍ ଦେବାକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି । ସମସ୍ତ ଡାକ୍ତର ହେଡ୍ କ୍ବାର୍ଟରରେ ରହିବା ସହିତ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ମାନେ ଭଲକାମ କରୁଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି ।
ଆଗାମୀ ବର୍ଷାଋତୁକୁ ଦେଖି ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସାରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଳ ଦିଆଯାଇଛି । ଗ୍ରାମାଞ୍ଚଳ ଗୁଡିକରେ ରାସ୍ତା ମରାମତି କରିବା, ପାନୀୟ ଜଳ ଓ ଡ୍ରେନେଜ୍ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ପ୍ରତି ବ୍ଲକ୍ ରେ ସପ୍ତାହକୁ ଦୁଇ ଦିନ ଉନ୍ନୟନ ବୈଠକ କରିବାକୁ କୁହାଯାଇଛି । କୃଷି ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେଠାରେ ଉପସ୍ଥିତ ରହିବେ । ସମସ୍ତ ବିଡିଓ ପ୍ରତି ଗ୍ରାମ ପଞ୍ଚାୟତର ସମସ୍ତ ତଥ୍ୟ ରଖିବେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୁ ପରିଷ୍କାର ପରିଚ୍ଛନ୍ନ କରିବାକୁ କୁହାଯାଇଛି । ବର୍ଷା ଋତୁରେ ଧରାକୋଟ, ସୋରଡା ଓ ପାତ୍ରପୁର ବ୍ଲକ୍ ରେ ପାନୀୟ ଜଳ, ବିଦ୍ୟୁତ୍ କରଣ, ଖାଦ୍ୟ ସାମଗ୍ରୀ, ରାସ୍ତା ମରାମତି ଓ ପେନସନ୍ ପହଞ୍ଚାଇବା ନିମନ୍ତେ ବିଡିଓ ଙ୍କୁ ଜିଲ୍ଲାପାଳ କହିଛନ୍ତି ।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍,, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here