ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ

0
376

ଭଞ୍ଜନଗର:ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧିନ ଲାଠିପଡା ବିଟ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର ।ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିଛି।ସୂଚନା ମୁତାବକ ଗତକାଲି ଆଠ ଟିକିଆ ହାତୀ ପଲ୍ଲ ଖାଦ୍ୟ ଅନ୍ବସରଣ ରେ ଢଉପଲ୍ଲୀ କାଜୁ ଜଙ୍ଗଲ ଦେଇ ଅତିକ୍ରମ କରୁଥିବା ବେଳେ ହାତୀ ସୁଣ୍ଢଟି 11 kv ବିଦୂତ ତାର ସଂସ୍ପର୍ଶରେ ଆସିଯାଇଥିଲା ଫଳରେ ଘଟଣା ସ୍ଥଳରେ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ।ହାତୀଟିର ବୟସ 25 ରୁ 30 ବର୍ଷ ହବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ବନ କର୍ମଚାରୀ ମାନେ ପହଞ୍ଚି ମୃତ ଦେହକୁ ଜବତ କରିଛନ୍ତି।ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସହକାରୀ ବନ ସରଂକ୍ଷକ ସୁଦର୍ଶନ ବାଦି କହିଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here