ବ୍ରହ୍ମପୁର ଏସପି ଙ୍କ କାର୍ଯ୍ୟାଳୟରେ ଆଣ୍ଟି ରାଗିଙ୍ଗ କମିଟି ଗଠନ ନିମନ୍ତେ ବୈଠକ

0
213

ବ୍ରହ୍ମପୁର:ବ୍ରହ୍ମପୁର ପୋଲିସ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ପୋଲିସ ଏବଂ ବ୍ରହ୍ମପୁର ର ବିଭିନ୍ନ ମହାବିଦ୍ୟାଳୟର ପ୍ରିନସିପାଲ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ୨୯ଟି କଲେଜର ପ୍ରିନସିପାଲ ଏବଂ ଆଣ୍ଟି ରାଗିଙ୍ଗ କମିଟିର କିଛି ସଦସ୍ୟ ଯୋଗ ଦେଇଥିଲେ ।ଆଲୋଚନା ହୋଇଥିବା ବିଷୟଗୁଡ଼ିକ ହେଲା ।ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ କଲେଜରେ ଆଣ୍ଟି ରାଗିଂ କମିଟି ରହିବା ଉଚିତ୍ ।କମିଟି ସକ୍ରିୟ ହେବା ସଂଗେ ସଂଗେ ବାରମ୍ବାର ଛାତ୍ର ସହ ସାକ୍ଷାତ ହେବା ଉଚିତ ଏବଂ ଜୁନିଅର ଛାତ୍ର/ଛାତ୍ରୀ ମାନଙ୍କ ପାଖରେ ସେମାନଙ୍କର ଯୋଗାଯୋଗ ନମ୍ବର ଉପଲବ୍ଧ ହେବା ଉଚିତ ।ଜୁନିଅର ଛାତ୍ର/ଛାତ୍ରୀ ମାନେ ଜାଣିବା ଉଚିତ୍ ଯେ କାହାକୁ ରିପୋର୍ଟ କରିବେ ଏବଂ କୌଣସି ରାଗିଂ କ୍ଷେତ୍ରରେ କିପରି ରିପୋର୍ଟ କରିବେ ।ରିପୋର୍ଟ କରାଗଲେ ଆଣ୍ଟି ରାଗିଂ କମିଟି ତଦନ୍ତ କରି ଶୀଘ୍ର କାଯ୍ୟନୁଷ୍ଠାନ କରିବେ ଯଦି ରାଗିଂ ସତ୍ୟ ଦେଖାଯାଏ, ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଆନୁପାତିକ ଦଣ୍ଡ ଛାତ୍ରଙ୍କୁ ପ୍ରଦାନ କରାଯିବା ଉଚିତ୍ । ଯଦି ସେମାନଙ୍କର ଅନୁସନ୍ଧାନ ସମୟରେ କୌଣସି ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳେ,ତେବେ ପ୍ରିନ୍ସିପାଲମାନେ ଏହାକୁ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନରେ ଜଣାଇବା ଉଚିତ୍ ।ପର୍ଯ୍ୟାୟକ୍ରମେ କଲେଜ ଛାତ୍ରମାନଙ୍କ ପରିଦର୍ଶନ ଏବଂ ଯୋଗାଯୋଗ ପାଇଁ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯିବ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here