ପବନରେ ଭାଙ୍ଗିଲା ଆଦର୍ଶ ଗୁହାଳ; ଦୁହାଁଳିଆ ଗାଈ ମୃତ

0
230

ବେଲଗୁଣ୍ଠା: ଆଜି ଅପରାହ୍ଣରେରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଏକ ଆଦର୍ଶ ଗୁହାଳ ଭାଙ୍ଗିଯିବା ସହିତ କାନ୍ଥ ତଳେ ଚାପି ହୋଇ ଏକ ଦୁହାଁଳିଆ ଗାଈର ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଆଜି ଅପରାହ୍ଣ ସମୟରେ କାଳ ବୈଶାଖୀ ପ୍ରଭାବରେ ବହୁ ଜୋର୍ ରେ ପବନ ବହିଥିଲା I ଏହି ପବନ ଫଳରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ସିଂହମର୍ଦ୍ଦନ ଗ୍ରାମର ପାଣ୍ଡବ ଗୌଡ଼ଙ୍କ ଆଦର୍ଶ ଗୁହାଳଟି ଭାଙ୍ଗି ଯାଇଥିଲା I ଫଳରେ ଗୁହାଳ କାନ୍ଥର ଇଟା ତଳେ ଚାପି ହୋଇ ପାଣ୍ଡବଙ୍କ ଏକ ଦୁହାଁଳିଆ ଗାଈ ମୃତ୍ୟୁ ବରଣ କରିଥିଲା ବେଳେ ଏହାର ଛୋଟ ବାଛୁରୀଟି ମାଆକୁ ହରାଇ ବିକଳ ଭାବରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଥିଲା I ପ୍ରକାଶ ଥାଉ କି ପାଣ୍ଡବ ଏହି ଗାଈ ମାନଙ୍କ ଦ୍ୱାରା ହିଁ ନିଜ ପରିବାର ପ୍ରତିପୋଷଣ କରୁଥିବାରୁ ପାଣ୍ଡବଙ୍କୁ ସରକାରୀ ସ୍ତରରେ କ୍ଷତି ପୂରଣ ଯୋଗାଇଦେବାକୁ ଗ୍ରାମବାସୀ ପ୍ରକାଶ କରିଛନ୍ତି I ପାଣ୍ଡବଙ୍କ ସମେତ ପବନରେ ଏହି ଗ୍ରାମର ସନ୍ତୋଷ କୁମାର ସ୍ୱାଇଁ ଏବଂ ପୃଥ୍ୱୀରାଜ ସ୍ୱାଇଁଙ୍କ ଗୁହାଳର ଟିଣ ଗୁଡ଼ିକ ମଧ୍ଯ ଉଡ଼ିଯାଇଥିବା ସୂଚନା ମିଳିଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here