ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

0
465

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି। ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ସ୍ଥାନୀୟ ସର୍କିଟ ହାଉସ ପଡିଆରେ ଓଲ୍ହାଇବା ପରେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ସର୍କିଟ ନବରଙ୍ଗପୁର ହାଉସରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର,ନବରଙ୍ଗପୁର ଏସପି ପ୍ରହ୍ଲାଦ ସାହାଇ ମିନା ଓ ନବରଙ୍ଗପୁର ସିଡିଏମଓ ଶୋଭାରଣୀ ମିଶ୍ର ଙ୍କ ସହ ନବରଙ୍ଗପୁର ଜିଲ୍ଲାର କୋଭିଡ ପରିସ୍ଥିତିର ସାମ୍ପ୍ରତିକ ପରିସ୍ଥିତି ଉପରେ ସମୀକ୍ଷା କରିବା ପରେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖି ଥିଲେ। ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରାଧିନ ହୋଇଥିବା ବେଳେ କୋଭିଡ ମେଡିକାଲର ସ୍ୱାସ୍ଥ୍ୟସେବାକୁ ନେଇ ରୋଗୀ ସନ୍ତୁଷ୍ଟ ରହିଛନ୍ତି, ନବରଙ୍ଗପୁର ଜିଲ୍ଲାରେ ଆର୍ଟିପିସିଆର ଟେଷ୍ଟ ମେସିନ ଆସି ପହଂଚିଛି ଜିଲ୍ଲାରେ ଗୋଟିଏ ଦିନରେ ୬ ଶହ କୋଭିଡ ପରୀକ୍ଷା କରାଯିବ । ଖୁବ ଶୀଘ୍ର ନବରଙ୍ଗପୁରରେ ଦୁଇ ମାସ ମଧ୍ୟରେ ଓକ୍ସିଜେନ ପ୍ଲାଣ୍ଟ ହେବାକୁ ଯାଉଛି । ଏଥିସହ ନବରଙ୍ଗପୁର ଜିଲ୍ଲାକୁ ୧୦ ହଜାର ଭେକ୍ସିନ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here