୫୦ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ

0
571

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ବିଞ୍ଜିଲି ଗ୍ରାମ ନିକଟସ୍ଥ ଇନ୍ଦ୍ରାବତୀ ନଦୀ ଘାଟରେ ଠାରେ ଆଜି ସକାଳେ କୋଷାଗୁମୁଡ଼ା ଦ୍ୱାରା ପ୍ରାୟ ୪୯ କିଲୋ ୧୦୦ ଗ୍ରାମ ର ଗଞ୍ଜେଇ ଏକ ବସ୍ତା ରେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ସୁଇଟିପଦର ଗ୍ରାମର ତୁଳସିରାମ ହରିଜନ ଚାଲାଣ କରୁଥିବା ସମୟରେ ପୁଲିସ ଜବତ କରିଛି । ଏନେଇ କୋଷାଗୁମୁଡ଼ା ଥାନା କେସ ନମ୍ବର ୯୨/୨୧ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ ଓ ଏସଆଇ ଆଲୋକ ପ୍ରସାଦ ଭୋଇ ସୂଚନା ଦେଇଛନ୍ତି । ଲୋକଡାଉନ ର ସୁଯୋଗ ନେଇ ଗଞ୍ଜେଇ ମାଫିଆ ମାନେ ପ୍ରତିଦିନ ଚୋରାରେ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଥିବା ବେଳେ କିଛି ସ୍ଥାନରେ ପୁଲିସ ଗଞ୍ଜେଇ ଗୁଡିକୁ ଜବତ ମଧ୍ୟ କରୁଛି । କିନ୍ତୁ କୋଷାଗୁମୁଡା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବନ୍ଦ ହେବାର ନାଧରୁନି , ଏହା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here